September 29, 2024

ଓଡିଶା କର୍ମଜୀବି ସାମ୍ୱାଦିକ ସଂଘର 11ତମ ସ୍ୱ ନକ୍ଷତ୍ର ଓ ନୂଆଁଖାଇ ଭେଟଘାଟ l 

Share

 

ବରଗଡ : (ଜୟନ୍ତ କୁମାର ସେଠ) ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଓଡିଶା କର୍ମଜୀବି ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ପରମାନନ୍ଦ ମିଶ୍ର ଙ୍କ ନେତୃତ୍ୱ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନୀତି ଅତିଥି ପଦ୍ମଶ୍ରୀ ହଳଧର ନାଗ, ଓଡିଶା କର୍ମଜୀବି ସଂଘର ସଭାପତି ସୁଜ୍ଞାନ ଚୌଧରୀ, ବରଗଡ ବିଧାୟକ ଅଶ୍ୱନୀ ଷଡ଼ଙ୍ଗୀ,ସମାଜସେବୀ ପ୍ରିତମ ସିଂ, ଯୋଗଦାନ କରିଥିଲେ l ସମାଜ ପାଇଁ ସାମ୍ବାଦିକ ର ଭୂମିକା ଉପରେ ଅତିଥି ମାନେ ଆଲୋକପାତ କରିଥିଲେ lସମାଜ ରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ଵିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ବିଭିନ୍ନ ଅଞ୍ଚଳରୁ ଆସିଥିବା କଳା ଓ କଳାକାର ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l ସମାଜ ରେ ଉଲ୍ଲେଖନିୟ କାର୍ଯ୍ୟ କରିଥିବା ସାମ୍ବାଦିକା/ସାମ୍ବାଦିକା ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରାଯାଇଥିଲା l ଶେଷର ସଙ୍ଘ ରାଜ୍ୟ ଉପସଭାପତି ପରମାନନ୍ଦ ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ l

You may have missed