November 15, 2024
Share

*ଖବର ଆଜିର*

ତାରିଖ ୧୬/୦୩/୨୦୨୩ ଗୁରୁବାର ।

 

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା। ଠାକରେ ଗୋଷ୍ଠୀର ଆଉ ଜଣେ ନେତା ଏବଂ ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାଓ୍ବନ୍ତ ଏବେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଛନ୍ତି।

 

ଯେଉଁସ୍ଥାନକୁ ଯାଇଥାଏ ପ୍ରଭୁ ‘ରାମଙ୍କ ମନ୍ଦିର’କୁ ସାଥୀରେ ରଖିଥାଏ, ଓସ୍କାର ପୂର୍ବରୁ ବି ନେଇଥିଲି ଆର୍ଶୀବାଦ: ରାମ ଚରଣ ।

 

ପୁଣି ତେଜିଲା ଆମେରିକା-ଋଷ ବିବାଦ। ମଝି ଆକାଶରେ ଆମେରିକା ଡ୍ରୋନ ମାରି ଖସାଇଲା ଋଷିଆ ସେନା।

 

ଭାରତରେ ଏସସିଓ ସମ୍ମିଳନୀ। ସାମିଲ ହେବା ପାଇଁ ପାକିସ୍ତାନକୁ ଦିଆଗଲା ଆମନ୍ତ୍ରଣ।

 

ଓଡ଼ିଶାରେ ଠାବ ହେଲା ଆଉ ଏକ ‘ସ୍ପାଏ ପାରା’, କୋଣାର୍କ ଅଞ୍ଚଳରେ ଗତ ୮ ଦିନ ହେବ ଘୁରିବୁଲୁଛି ।

 

ଦେଶରେ ଇନଫ୍ଲ୍ୟୁଏଞ୍ଜା ଭାଇରସରେ ଗଲାଣି ୭ଜଣଙ୍କ ଜୀବନ। ନୂଆ ଭାରିଆଣ୍ଟ ଏକ୍ସିବିବି.୧.୧୬ ଯୋଗୁଁ ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି। ।

 

ମହାରାଷ୍ଟ୍ରର ପୁଣେ ପୋଲିସ୍ ଗତ ୮ ବର୍ଷ ଧରି ଭାରତରେ ଅବୈଧ ଭାବରେ ରହୁଥିବା ଜଣେ ପାକିସ୍ତାନୀ ଯୁବକଙ୍କୁ ଗିରଫ କରିଛି।

 

ସଂସଦ ଭବନରୁ ଇଡି ଅଫିସ। ଆଦାନୀ ମାମଲାରେ ବିରୋଧୀଙ୍କ ପଦଯାତ୍ରା।

 

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦି ଇୟର’ ସମ୍ମାନରେ ସମ୍ମାନୀତ କରାଯାଇଛି।

 

କେରଳ ବିଧାନସଭାରେ ହାଇଡ୍ରାମା: ବିଧାୟକ-ମାର୍ସାଲ୍‌ ମାରପିଟ୍‌, ୧୧ ଜଣ ଆହତ ।

 

ଉତ୍ତର ଘୁମୁସରରେ ପୁଣି ହାତୀ ମୃତ ।

 

୨୦୨୩-୨୪ରୁ ଉପକୂଳ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ : ନିତିନ ଗଡ଼କରି ।

 

ନିରାଶ ହେଲା ମିଳିତ ପ୍ରାଥମିକ ଶିକ୍ଷକ ସଂଘ: ବାହାରିଲାନି ସମାଧାନର ରାସ୍ତା; ବିନା ୟୁନିଫର୍ମରେ ଡ୍ୟୁଟି କରିବେ ଶିକ୍ଷକ ।

 

ମହିଳାଙ୍କ ସହ ରହିବାର ଅର୍ଥ ଶାରୀରିକ ସମ୍ପର୍କ ପାଇଁ ସମ୍ମତି ନୁହେଁ: ଦିଲ୍ଲୀ ହାଇକୋର୍ଟ ।

 

ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲା; CBI ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତେଜସ୍ୱୀ ଯାଦବ ।

 

ବୁଧବାର ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏଥି ସହିତ ଟ୍ରୁ-୫ଜିର ଲାଭ ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି ।

 

 

ସୁପ୍ରଭାତ ,ଶୁଭ ସକାଳ ।