September 29, 2024

ଗଣଶିକ୍ଷା ସଚିବ ଶ୍ରୀମତୀ ଶାଳିନୀ ପାଣ୍ଡିତଙ୍କ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ l

Share

      ରାୟଗଡ:-ଗଣଶିକ୍ଷା ସଚିବ, ଓଡିଶା,ଶ୍ରୀମତୀ ଶାଳିନୀ ପାଣ୍ଡିତଙ୍କ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି l ଗତ ୨୪ତାରିଖରେ ପହଂଚି ରାୟଗଡ ବ୍ଲକର ତାଡମ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ଶିକ୍ଷାଦନ ବ୍ୟବସ୍ଥା, ବିଭିନ୍ନ ସମସ୍ୟା ଆଦି ଉପରେ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ l ସେଠାରୁ ପିତାମହଲ ଉପାସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସେଠାକାର କର୍ମଚାରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଏହାପରେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ଓ ମା ଅଗ୍ନିଗଙ୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ପରିଦର୍ଶନ କରିଥିଲେ ସଦସ୍ୟା ମାନଙ୍କ ସହିତ ଆଲୋଚନା କରିଥିଲେ l ସେଠାରୁ ଆନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ମାନଙ୍କ ସହିତ ଆଲୋଚନା କରିଥିଲେ l ଉତ୍ତମ ଶିକ୍ଷlଦାନ ପରିବେଶ ପରିଷ୍କାର ପରିଛହ୍ନ ପାଇଁ ନିର୍ଦେଶ ଦେଇଥିଲେ l ସେହିପରି ଆଜି ଵିଷମ କଟକ ବ୍ଲକ ପରିଦର୍ଶନରେ ଯାଇ ଵିଷମ କଟକରେ ଚାଲିଥିବା ମିଶନ ଶକ୍ତି କାଫେ ପରିଚାଳକ ମାନଙ୍କ ସହିତ ଆଲୋଚନା କରିଥିଲେ l ଏହା ପରେ ଥୁଆପାଡ଼ି ଗ୍ରାମ ପଂଚାୟତ ଅନ୍ତର୍ଗତ ପୁରୁଣାପାଣି ଗ୍ରାମରେ ମେଗା ପାନୀୟଜଳ ପ୍ରକଳ୍ପ ଅନୁଧ୍ୟାନ କରିବା ସହିତ ନିର୍ବାହୀ ଯନ୍ତ୍ରୀ ଗ୍ରlମିୟ ଜଳ ଯୋଗାଣ ସଂସ୍ଥା ଓ ଠିକା ସଂସ୍ଥାର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ l ସେଠାରୁ ମୁନିଗୁଡା ବ୍ଲକ ଗସ୍ତରେ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସେଠାରେ ଡାକ୍ତର ଓ ରୋଗୀ ମାନଙ୍କ ସହିତ କଥାବାର୍ତ୍ତା କରିଥିଲେ l ମୁନିଗୁଡ଼ ସହରରେ ଶିଶୁଵିକାଶ ପ୍ରକଳ୍ପ ଦ୍ୱାରା ପରିଚାଳିତ ଛତୁଆ ପ୍ରସ୍ତୁତ କେନ୍ଦ୍ର ଅନୁଧ୍ୟାନ କରିଥିଲେ l ସେଠାରୁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଚାଲୁଥିବା ସିଲେଇ ଶିକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ l ଏହା ପରେ ଵିଷମ କଟକ ବ୍ଲକର ଦୁର୍ଗୀ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଯାଇ ସେଠାରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ l ସେଠାରୁ ପଦ୍ମପୁର ବ୍ଲକର ଡେରିଗାଁ ଗ୍ରାମପଂଚାୟତରେ ପିଡ଼ିଏସ ଓ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରୁଥିଲେ l ଏହାପରେ ରାୟଗଡ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ଶ୍ରୀମତୀ ପରୁଲ ପଟାୱରୀ ଓ ସିଡିଓ ତଥା ଇଓ ଜିଲ୍ଲାପରିଷଦ, ଶ୍ରୀ ନିହାର ରଞ୍ଜନ କହଁର ଉପସ୍ଥିତିରେ ବିଭିନ୍ନ ବିଭାଗର ଅଧିକାରୀ ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ପଂଚାୟତିରlଜ, ସାମାଜିକ ସୁରକ୍ଷା,ମହିଳା ଓ ଶିଶୁ ବିକାଶ ଯୋଜନା, ମଙ୍ଗଳ ବିଭାଗ ଆଦି ଉପରେ ସମୀକ୍ଷା ବୈଠକ କରିଥିଲେ l
ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed