March 12, 2026

ବଂଶଧାରା ନଦୀ ଆର ପଟ ଥିବା ବୁଦୁରା ବାଲି ଘାଟ ଆଜି ପ୍ରତ୍ୟକ୍ଷ ଭାବେ ଗଜପତି ଖଣି ଅଧିକାରୀ ଦିପେନ ପରିଡା ସ୍ଥାନୀୟ ତହସିଲଦାର ଡ଼ମ୍ବୁରୁ ଧର ମଲ୍ଲିକ, ଅତିରିକ୍ତ ତହସିଲଦାର ତ୍ରିନାଥ ସାହୁ, ରାଜସ୍ବ ଅଧିକାରୀ ମନ୍ମଧ ରାଓ ଙ୍କ ସହ ମିଶି ବାଲି ଘାଟ ନିକଟକୁ ଯାଇଥିଲେ.

IMG-20240925-WA0047
Share

ବଂଶଧାରା ନଦୀ ଆର ପଟ ଥିବା ବୁଦୁରା ବାଲି ଘାଟ ଆଜି ପ୍ରତ୍ୟକ୍ଷ ଭାବେ ଗଜପତି ଖଣି ଅଧିକାରୀ ଦିପେନ ପରିଡା ସ୍ଥାନୀୟ ତହସିଲଦାର ଡ଼ମ୍ବୁରୁ ଧର ମଲ୍ଲିକ, ଅତିରିକ୍ତ ତହସିଲଦାର ତ୍ରିନାଥ ସାହୁ, ରାଜସ୍ବ ଅଧିକାରୀ ମନ୍ମଧ ରାଓ ଙ୍କ ସହ ମିଶି ବାଲି ଘାଟ ନିକଟକୁ ଯାଇଥିଲେ.ଆନ୍ଧ୍ର ପ୍ରଦେଶର ପାଲକୋଣ୍ଡା ସବ କଲୋକ୍ଟର, କୋତୁରୁ ମଣ୍ଡଳ ତହସିଲଦାର ଓ ତାଙ୍କ ମଣ୍ଡଳର ଅଧିକାରୀ ମାନଙ୍କ ସହ ମିଶି ମିଳିତ ଭବେ ସେଠାକାର ମ୍ୟାପ, ଆର.ଓ.ଆର ଓ ଅନ୍ୟାନ୍ୟ କାଗଜ ପତ୍ର ଯାଞ୍ଚ କରି ଥିବା ସୂଚନା ମିଳିଛି. ଏହି ବାଲି ଘାଟ କାଶୀନଗର ବ୍ଲକର ବୁଦୁରା ପଞ୍ଚାୟତ ଅଧୀନରେ ଆସୁଛି ଏବଂ ଏହା ନିଲାମ ମଧ୍ୟ ସରିଛି ବୋଲି ତହସିଲଦାର ଶ୍ରୀ ମଲ୍ଲିକ କହିଥିଲେ. ଗଜପତି ଏ ଡି ଏମ ରାଜେନ୍ଦ୍ର ମିଞ୍ଜ ଙ୍କ ଉପସ୍ଥିତିରେ ଯାଞ୍ଚ ପ୍ରକ୍ରିୟା ହୋଇଥିଲା.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀ ଙ୍କ ରିପୋର୍ଟ