April 30, 2026

ଉମରକୋଟ ରେ ବନ ବିଭାଗ ସହିତ କିଛି ସାମ୍ବାଦିକ ଙ୍କ ସହ ମଧୁ ଚନ୍ଦ୍ରିକା………

IMG-20240922-WA0021
Share

 

ଉମରକୋଟ:- ( ଏମ୍.ଦିନା°ଶୁ ଆଚାରୀ) କିଛି ସାମ୍ବାଦିକ ସହ ମଧୁଚନ୍ଦ୍ରିକା କରି ଖେଳ କରୁଛି ବନ ବିଭାଗ। ସାମ୍ବାଦିକ ଙ୍କୁ ମଧ୍ୟସ୍ଥି କରି ଟଙ୍କା ନେଇ ଜବତ କରିଥିବା ଗାଡି କୁ ମାଲିକକୁ ହସ୍ତାନ୍ତର କରିଥିବା ଘଟଣା ସାମ୍ନା କୁ ଆସିଛି।

ସୂଚନା ଅନୁଯାଇ ଗତ ଅଗଷ୍ଟ ମାସ ୧୦ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ବିରସାଡି ଗ୍ରାମ ନିକଟରେ ଥିବା ଜଙ୍ଗଲ ରେ ଏକ କାଠ ବୋଝେଇ ଟ୍ରକ ନଂ ଓଡି ୨୪ଡି ୪୫୪୧କୁ ଉମରକୋଟ ବନ ବିଭାଗ ଜବତ କରି ବେହେଡା ରେ ଥିବା ନର୍ସରୀ ରେ ରଖିଥିଲା, କିନ୍ତୁ କିଛି

ଦିନ ଗଲାପରେ ଅର୍ଥାତ ୨୦/୦୮/୨୦୨୪ରେ ଉମରକୋଟ ର ଜଣେ ସାମ୍ବାଦିକ ସହ ମିଶି ବନ ବିଭାଗ ର ଅଧିକାରୀ ମାନେ ସେହି ଗାଡିକୁ ହସ୍ତାନ୍ତର କରିବା ପାଇଁ ୯୦୦୦୦(ନବେ ହଜାର )ଟଙ୍କା ରେ ଡିଲ କରାଯାଇଥିଲା!ପ୍ରଥମେ ୬୦ହଜାର ଟଙ୍କା ସାମ୍ବାଦିକ ଜଣ ଙ୍କୁ କାଠ ମାଲିକ ଗାଡି ହସ୍ତାନ୍ତର ବାବଦ ରେ ଦେଇଥିଲେ ଏବଂ ବଳକା ୩୦ହଜାର ଟଙ୍କା କାଠ ବାହାର କରିଦେଲେ ଦେବି ବୋଲି କହିଥିଲା।ପୁଣି ବେହେଡା ନର୍ସରୀ ର ଗେଟ ଭାଙ୍ଗି ଯିବା ବାବଦରେ 5ହଜାର ଟଙ୍କା ଦେବାପାଇଁ ଡିଲ କରାଯାଇଥିଲା। ଏଠାରେ ସ୍ପଷ୍ଟ ହୋଇଛି ଯେ ବନ ବିଭାଗ ଅଧିକାରୀ ଓ ସାମ୍ବାଦିକ ଙ୍କ ମଧୁଚନ୍ଦ୍ରିକା ରେ କିପରି ଖେଳ କରାଯାଉଛି। ଉକ୍ତ ଖେଳ ରେ ଉଚ୍ଚ ପଦାଧିକାରୀ ମଧ୍ୟ ସାମିଲ ଥିବେ ବୋଲି ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି।

You may have missed