September 22, 2024

ରାୟଗଡା ଜିଲ୍ଲା ବିଜେଡି ସମୀକ୍ଷା ବୈଠକରେ ବିଷ ଓଗାଳିଲେ କର୍ମୀ, ଦଳ ପରାଜୟ ପାଇଁ ଶତପ୍ରତିଶତ ଦାୟୀ ରାୟଗଡା ଜ଼ିଲ୍ଲା ବିଜେଡି ପ୍ରଭାରୀ ଅତନ ଓ ଭାସ୍କର ରାଓ ,ସୁଧୀର ଙ୍କ ଗୋଷ୍ଠୀକନ୍ଦଳ ଦାୟୀ କଲେ !            

Share

ରାୟଗଡା ଜିଲ୍ଲା ବିଜେଡି ସମୀକ୍ଷା ବୈଠକରେ ବିଷ ଓଗାଳିଲେ କର୍ମୀ, ଦଳ ପରାଜୟ ପାଇଁ ଶତପ୍ରତିଶତ ଦାୟୀ ରାୟଗଡା ଜ଼ିଲ୍ଲା ବିଜେଡି ପ୍ରଭାରୀ ଅତନ ଓ ଭାସ୍କର ରାଓ ,ସୁଧୀର ଙ୍କ ଗୋଷ୍ଠୀକନ୍ଦଳ ଦାୟୀ କଲେ !

ରାୟଗଡା : ରାୟଗଡା ଜିଲ୍ଲାର ତିନୋଟି ବିଧାନସଭା ଏବଂ କୋରାପୁଟ ଲୋକସଭା ନିର୍ବାଚନରେ ବିଜେଡ଼ି ଦଳ ହାରିବା ପାଇଁ ବରିଷ୍ଠ ଓ କନିଷ୍ଠ ନେତା ମାନେ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଶତପ୍ରତିଶତ ,ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ ଏବଂ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶ ଙ୍କ ଗୋଷ୍ଠୀ କନ୍ଦଳ ପାଇଁ ଦାୟୀ କଲେ। ଶୁକ୍ରବାର ଦିନ ଭୁବନେଶ୍ୱର ଶଙ୍ଖ ଭବନରେ ଆୟୋଜିତ ରାୟଗଡା ଜିଲ୍ଲା ବିଜେଡି କର୍ମୀ ମାନଙ୍କ ନିର୍ବାଚନ ପରବର୍ତ୍ତୀ ପୋଷ୍ଟ ମାର୍ଟମ ସମୀକ୍ଷା ବୈଠକରେ କର୍ମୀମାନେ ବିଷ ଓଗାଳିଥିଲେ। ନିର୍ବାଚନ ହାରିବା ପାଇଁ ତିନି ଜଣଙ୍କୁ ଦାୟୀ କରି ନେତା ମାନେ ତୀବ୍ର ସମାଲୋଚନା ସୂଚକ ବକ୍ତବ୍ୟ ଅଧିକାଂଶ ତାଳି ମାରି ସମର୍ଥନ କରିଥିବା କୁହାଯାଉଛି। ଭାସ୍କର ରାଓ ଓ ସୁଧୀର ଦାଶଙ୍କ ଅଂହଭାବ ଓ ଜିଦଖୋର ମନବୃତ୍ତି, ଆତ୍ମଘାତୀ ମନୋବୃତ୍ତି ଯୋଗୁଁ ବିଜେଡି ଦଳକୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି ବୋଲି ଅଭିଯୋଗ କରିଥିଲେ। ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଙ୍କ ଜିଲ୍ଲା ନବୁଲି ରାୟଗଡ଼ାରେ କେବଳ ରହି ଏକପାଖିଆ ଆଚରଣ, ଏବଂ ଉଭୟଙ୍କ ମଧ୍ୟରେ ବୁଝାମଣା କରିବାକୁ ସେ ଉଦ୍ୟମ ନକରିବା ମଧ୍ୟ ଦଳ ପରାଜୟର ଅନ୍ୟତମ କାରଣ ବୋଲି ବରିଷ୍ଠ ନେତାମାନେ ଅଭିଯୋଗ ଉଠାଇଥିଲେ। ଜ଼ିଲ୍ଲା ର ବିଭିନ୍ନ ସ୍ଥାନ ରେ ଚର୍ଚ୍ଚା ହେଉଛି ଯେ ଦୀର୍ଘ ବର୍ଷ ପରେ କୋଣ୍ଡା ବାବୁ ଏକ ବିଜେଡି କର୍ମୀ ଅଫିସ ଗତ 2022 ଅକଟୋବର ଟେ ଖୋଲିଥିଲେ କିନ୍ତୁ 2024 ନିର୍ବାଚନ ସମୟରେ 2024 ମାର୍ଚ୍ଚ ରେ ର୍କ ବିଜେଡି ଅଫିସ ଏନ ଭାସ୍କର ରାଓ ଖୋଲିଥିଲେ ଏଥିରେ କିଏ ସାମନ୍ତରଳୟ ଭାବେ ଅନ୍ୟ ଅଫିସ ଖୋଲିଲେ ବୋଲି ଆଲୋଚନା ଚାଲିଛି ଳ ଅଣ୍ଡିରା ମାରୁପଛେ ସଉତୁଣୀ ରାଣ୍ଡ ହେଉ ନ୍ୟାୟ ରେ ବିଜେଡି ପରାଜୟ ହୋଇଛି ବୋଲି ଉଭୟ ଭାସ୍କର ଓ ସୁଧୀର ଗୋଷ୍ଠି କୁ ଦାୟୀ କରିବାରେ ଲାଗି ରହିଥିବା ର ଦେଖିବାକୁ ମିଳୁଛି l ସେହିପରି ବିଭିନ୍ନ ବ୍ଲକ ଓ ପୋୖରାଞ୍ଚଳରେ ଦଳୀୟ ସଙ୍ଗଠନ ଟେକିଦେଇ ମାତ୍ରାଧିକ ଗୁରୁତ୍ବ/କ୍ଷମତା ଦେବା ନେତାଙ୍କ ବିରୋଧରେ ଜନମତ ମଧ୍ୟ ଦଳକୁ ନିର୍ବାଚନରେ କ୍ଷତି ପହଞ୍ଚାଇଥିବା ନେଇ କର୍ମୀ ମାନେ କହିବାକୁ ଭୁଲି ନଥିଲେ। ଅପର ପକ୍ଷରେ ରାୟଗଡାର ଜଣେ ଯୁବ ନେତା ଏହିଭଳି ଅଭିଯୋଗ ଗୁଡିକୁ ଖଣ୍ଡନ କରିବା ପାଇଁ ପ୍ରୟାସ କରିବାରୁ ବୈଠକରେ କର୍ମୀମାନେ ତୀବ୍ର ବିରୋଧ କରିଥିଲେ। ଉଲେଖ ନିଷ୍ପ୍ରୟୋଜନଯେ ଗତ ୧୫/୨୦ ବର୍ଷ ମଧ୍ୟରେ ରାୟଗଡାରେ ଜିଲ୍ଲା ବିଜେଡି କର୍ମୀଙ୍କ ପୂର୍ଣ୍ଣାଙ୍ଗ ସମୀକ୍ଷା ବୈଠକ ଆୟୋଜନ କରିବାରେ ଉଭୟ ଭାସ୍କର ରାଓ କିମ୍ବା ସୁଧୀର ଦାଶ ସମର୍ଥ ହୋଇପାରି ନାହାନ୍ତି। ଶେଷରେ କେବଳ ସାଧାରଣ ନିର୍ବାଚନର ତିନି ମାସ ପରେ ରାଜ୍ୟ ନେତୃତ୍ୱ ଚାହିଁବାରୁ ଶୁକ୍ରବାର ଦିନ ଭୁବନେଶ୍ୱର ଶଙ୍ଖ ଭବନରେ ରାୟଗଡା ଜିଲ୍ଲା ବିଜେଡି କର୍ମୀଙ୍କ ସମୀକ୍ଷା ବୈଠକ ସମ୍ଭବ ହୋଇପାରିଛି। ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେଇ ସବୁ କଥାକୁ ଭୁଲିଯାଇ ସଙ୍ଗଠନ ସଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ଆଗାମୀ ପଞ୍ଚାୟତ, ପୋୖର ଓ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବା ସହ ବିଜେପିର ଜନ ବିରୋଧୀ କାର୍ଯ୍ୟକଳାପକୁ ତୃଣମୂଳ ସ୍ତରରୁ ବିରୋଧ କରିବାକୁ କର୍ମାକର୍ତ୍ତା ମାନଙ୍କୁ ଦଳର ସୁପ୍ରିମୋ ନବୀନ ଆହ୍ୱାନ ଦେଇଥିଲେ। ସେହିପରି ଦଳର ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର,ଅତନୁ ସବ୍ୟସାଚୀ ନାୟକ, ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ ,ସୁଧୀର ଦାଶ ଏବଂ ଝିହ୍ନ ହିକକ୍କା କର୍ମୀ ମାନଙ୍କୁ ମାର୍ଗ ଦର୍ଶନ ଦେଇ ମିଳିମିଶି ଦଳ ପାଇଁ କାମ କରିବାକୁ ଆଶ୍ବସନା ଦେଇଥିଲେ। ଉକ୍ତ ସମୀକ୍ଷା ବୈଠକରେ ବରିଷ୍ଠ ବିଜେଡି ନେତା ଜଗଦୀଶ ପାତ୍ର, ଗଙ୍ଗାଧର ପୁଆଲା,ଅବିନାଶ ବିଷୋୟୀ, ମୁନା ପାଣି,ଦେବୀ ଆଚାର୍ଯ୍ୟ,ରାୟଗଡା ଜିଲ୍ଲା ପରିଷଦ ସଭାପତି ସରସ୍ଵତୀ ମାଝି,ପୋୖର ଉପାଧ୍ୟକ୍ଷା ସୁପ୍ରଭା ପଣ୍ଡା, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ,ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ଅଶ୍ବିନୀ ଗମାଙ୍ଗ,ଅନୁସୂୟା ମାଝି, ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉକ୍ତ ବୈଠକରେ ବରିଷ୍ଠ ବିଜେଡି ନେତା ଟୁକୁଲୁ ସାହୁ,ଵିଷ୍ଣୁ ପଣ୍ଡା,ବି ତିରୁପତି, ଏସ ବାବା ପ୍ରସାଦ, ଜିଲ୍ଲା ବିଜେଡି ସଭାନେତ୍ରୀ ସମିତା ପାଢ଼ୀ, ରାୟଗଡା, ଗୁଣପୁର ଏବଂ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି କର୍ମୀ,ନେତା ଓ ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ