September 22, 2024
Share

 

୧-ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପାଇଁ ୮ ଶହ ପଞ୍ଜିକରଣ।

 

୨-ସକ୍ରିୟ ରହିଛି ୨ଟି ଘୂର୍ଣ୍ଣିବଳୟ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା।

 

୩-ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ଼’।

 

୪-କନ୍ଧମାଳ ଜିଲ୍ଲାରେ ଆରମ୍ଭ ହେଲା ଘନ କୁହୁଡି,ବିଳମ୍ବିତ ରାତି ଠାରୁ କୁହୁଡି ବଢ଼ି ବଢ଼ି ସକାଳ ପ୍ରାୟ ୮ଟା ଯାଏଁ ରହୁଛି।

 

୫-ଆନନ୍ଦପୁର ଥାନା ଷଡଙ୍ଗୀ ଗାଁ:ହୃଦୟବିଦାରକ ଘଟଣା, ପାରିବାରିକ କଳହରୁ ବିଷ ପିଇ ଆଗପଛ ହୋଇ ଚାଲିଗଲେ ଦମ୍ପତି।

 

୬-ପୁରୀ:ରତ୍ନଭଣ୍ଡାରର ପ୍ରଥମ ଦିନର ସର୍ବେକ୍ଷଣ କାର୍ଯ୍ୟ ଶେଷ, ୪ ଘଣ୍ଟା ଧରି ଚାଲିଲା ଜିପିଆର ସର୍ଭେ।

 

୭-କଳିକେଶ ସିଂଦେଓ ଜାତୀୟ ରାଇଫଲ ସଂଘର ହେଲେ ସଭାପତି।

 

୮-ଦାରିଙ୍ଗବାଡ଼ି ବ୍ଳକ ବାଡ଼ାବାଙ୍ଗା ଗର୍ଜେଡ଼ି ଗ୍ରାମ:ବିନା କୋଚିଂରେ ପାଠ ପଢି ନିଟ୍ ରେ ହେଲେ କୃତକାର୍ଯ୍ୟ; ଲିନ୍ସା ପ୍ରଧାନଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ।

 

୯-ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଅସଦାଚରଣ ମାମଲା, ଅଟକ ଥିବା ୭ ରୋଡ୍ ରୋମିଓ ଙ୍କୁ ଗିରଫ ପରେ ମିଳିଲା ଜାମିନ।

 

୧୦-ଜଳେଶ୍ଵର:ହୁତୁ ହୁତୁ ହୋଇ ଜଳିଗଲା କାର, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ।

 

୧୧-ଭୁବନେଶ୍ୱର:ଭରତପୁର ଥାନା ଘଟଣାରେ କଂଗ୍ରେସର ଜୋରଦାର ପ୍ରତିବାଦ, ପୋଲିସ ଉପରକୁ କର୍ମୀଙ୍କ ଅଣ୍ଡା ଓ ଟମାଟୋ ମାଡ଼।

 

୧୨-ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନାର ୨ ପୋଲିସ ଅଧିକାରୀ:

ଜବତ ବାଇକ ମୁକୁଳାଇବା ବାବଦରେ ଲାଞ୍ଚ ନେଇ ଧରାପଡ଼ିଲେ ଏଇ ୨ ଦୁଇ ପୋଲିସ ଅଧିକାରୀ।

 

୧୩-ପୂଜା ପୂର୍ବରୁ ତୁଟୁନି ଝଙ୍କଟବାସିନୀ ମା’ ଶାରଳାଙ୍କ ମନ୍ଦିରର ଉନ୍ନତିକରଣ କାମ । ପ୍ରତିଶ୍ରୁତି ପରେ ବି କାମ ନ ହେବାରୁ ବଢୁଛି ଅସନ୍ତୋଷ।

 

୧୪-ଆତିଶି ହେଲେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ, ଶପଥଗ୍ରହଣ ପରେ ଅରବିନ୍ଦ କେଜରିୱାଲଙ୍କ ପାଦ ଛୁଇଁ ନେଲେ ଆଶିର୍ବାଦ।

 

୧୫-ନୂଆଦିଲ୍ଲୀ: ଡିସେମ୍ବର ତୃତୀୟ ସପ୍ତାହରେ ଭଙ୍ଗାଯିବ ଓଡିଶା ଭବନ।

 

୧୬-NPS ବାତ୍ସଲ୍ୟ ଯୋଜନା: ଆରମ୍ଭ ଦିନ ଯୋଡ଼ି ହେଲେ ୯ ହଜାର ନାବାଳକ ଗ୍ରାହକ।

 

୧୭-ବାୟୁ ସେନା ମୁଖ୍ୟ ହେଲେ ଏୟାର ମାର୍ଶଲ ଅମରପ୍ରୀତ ସିଂ,୩୦ଠାରୁ ଦାୟିତ୍ୱ ଗ୍ରହଣ କରିବେ।

 

୧୮-ଚେନ୍ନାଇ:ପ୍ରଥମ ଟେଷ୍ଟ,ବିଜୟ ଲକ୍ଷ ୫୧୫, ବାଂଲାଦେଶ ୪/୧୫୮।

 

୧୯-ଅନ୍ତର୍ଜାତୀୟ ଶ୍ରମ ସଂଗଠନର ରିପୋର୍ଟ: ଭାରତରେ କର୍ମଚାରୀଙ୍କୁ ପ୍ରବଳ ଖଟାଉଛନ୍ତି କମ୍ପାନୀ।

 

୨୦-ଛତିଶଗଡ଼ର ବସ୍ତର ଅଞ୍ଚଳର ମାଓହିଂସା ପୀଡ଼ିତଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

 

*🙏 ସୁପ୍ରଭାତ 🙏*