June 25, 2026

ବେଲଗୁଣ୍ଠାରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ; ପଥପ୍ରାନ୍ତ ନାଟକ ପରିବେଷଣ

IMG-20240921-WA0033
Share

 

 

ବେଲଗୁଣ୍ଠା, 21/09, ଭାରତ ସରକାରଙ୍କ ଦ୍ୱାରା ଦେଶ ବ୍ୟାପୀ ସ୍ଵଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ବେଲଗୁଣ୍ଠାରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସ୍ଵଚ୍ଛତା ସମ୍ବଳିତ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗର ମିଶନ୍ ପରିଚାଳକ ପ୍ରଫୁଲ୍ଲ ଷଡଙ୍ଗୀ ମଞ୍ଚ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ମୁକ୍ତା ଆକାଉଣ୍ଟାଣ୍ଟ୍ କ୍ଷୀରୋଦ କୁମାର ବେହେରା, ଟ୍ୟାକ୍ସ କଲେକ୍ଟର୍ ବାବୁଲା ଗୌଡ଼, ସାନିଟେସନ୍ ସୁପରଭାଇଜର ଜି ପ୍ରବୀଣ କୁମାର,ପଦ୍ମନାଭ ପ୍ରଧାନ, ପ୍ଲାଣ୍ଟ୍ ପରିଚାଳକ ପ୍ରିୟମ୍ୱଦା ମହାରଣା,ମାଧବ ମହାରଣାଙ୍କ ସମେତ ଏନ୍ଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I ଆଜି ଏକ ନମ୍ବର୍ ୱାର୍ଡର ଗୋଲା ସାହି ଏବଂ ରେଡୀକା ସାହିରେ ଗଳି ସଫେଇ,ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସ୍ଥାନୀୟ କାଉନସିଲର୍ ଭାସ୍କର ପାତ୍ର, ଦୁଇ ନମ୍ଵର୍ ୱାର୍ଡ୍ ରେ ଦିବ୍ୟରଞ୍ଜନ ଦାସ ଅତିଥି ରୂପେ ଯୋଗ ଦେଇଥିଲେ I ଆଗାମୀ ଦିନରେ ସମସ୍ତ ତେରଟି ୱାର୍ଡରେ ପଥ ପ୍ରାନ୍ତ ନାଟକ ଅନୁଷ୍ଠିତ ହେବ I କାର୍ଯ୍ୟକ୍ରମରେ ସମସ୍ତ ସ୍ଵଚ୍ଛ ସାଥୀ ଓ ସମସ୍ତ କାଉନସିଲର୍ ଉପସ୍ଥିତ ଥିଲେ I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed