November 15, 2024

ମୋହନା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ବଦଳି ଦାବିକରି ପଞ୍ଚାୟତ ଅଫିସ ଫାଟକରେ ତାଲା ପକାଇଲେ 

Share

 

 

ପାରଳାଖେମୁଣ୍ଡି:୧୫/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜ଼ିଲ୍ଲା ମୋହନା ବ୍ଲକର ସଦର ମହକୁମା ମୋହନା ଗ୍ରାମ ପଞ୍ଚାୟତ

ର ନିର୍ବାହୀ ଅଧିକାରୀ ଖଗେଶ୍ବର ଭୂୟାଁଙ୍କୁ ତୁରନ୍ତ ବଦଳି ଦାବି କରି। ପଞ୍ଚାୟତ ବାସି କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି ପଞ୍ଚାୟତର ୱାର୍ଡ ସଭ୍ୟଓ ସଭ୍ୟା ଏବଂ ସମିତି ସଭ୍ୟ । ଅଭିଯୋଗ କରିଛନ୍ତି ଯେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅତିରିକ୍ତ ଭାବେ ମୋହନା ଗ୍ରାମପଞ୍ଚାୟତସମ୍ପ୍ରସାରଣ ଅଧିକାରୀ ଦାୟିତ୍ୱ ଦିଆଯାଇଛି ଯାହା ସେ ଠିକ୍ ଭାବେ ତୁଲାଉ ନାହାନ୍ତି । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱରେ ରହିଥିବା ଯୋଗୁଁ ସେ ଠିକ୍ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ନତୁଲାଇ ଉଚ୍ଚ ପଦବୀର ଦୁରୁପଯୋଗ କରୁଛନ୍ତି ।ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତରେ ନୂତନ ଭାବେ ନିର୍ବାଚିତ ସରପଞ୍ଚ ଏବଂ ୱାର୍ଡ ସଭ୍ୟା ଓ ସଭ୍ୟ ମାନେ ଅନଭିଜ୍ଞ ହୋଇ ଥିବା ନେଇ

ଏହାର ଫାଇଦା ଉଠାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଖଗେଶ୍ୱର ଭୂୟାଁ ପଞ୍ଚାୟତ ରେଜୁଲେସନ୍ ଖାତାରେ ପୂର୍ବରୁ ସଭ୍ୟ ଓ ସଭ୍ୟାଙ୍କ ସ୍ଵାକ୍ଷର ନେଇ ପରେ ନିଜ ଇଛା ଅନୁଯାୟୀ ରେଜୁଲେସନ୍ ଲେଖନ୍ତି । ପଞ୍ଚାୟତର ବିଭିନ୍ନ ଟିକସ ଆଦାୟ ଏବଂ ଖର୍ଚ୍ଚର ହିସାବ ଏଯାଏଁ ଦେଇନାହାନ୍ତି ପଞ୍ଚାୟତରେ କେତୋଟି ପାସ୍ ବୁକ୍ ଅଛି, କେଉଁ ଜାଗାରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି ତାର ମଧ୍ୟ ସୂଚନା ଦେଉନାହାନ୍ତି ।

ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ନଜଣାଇ ୧୫ସି. ଏଫ. ସି ଟଙ୍କା କୁ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟ ରଖି ନିଜେ ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଯେ କୌଣସି ଜନ ହିତକର ଯୋଜନା ପ୍ରତିନିଧିଙ୍କୁ ନଜଣାଇ ନିଜ ମନ ମୁତାବକ କାର୍ଯ୍ୟକ୍ରମକୁ ପରିଚାଳନା କରନ୍ତି । ଏଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ବିରୋଧ ରେ ଆଣିଛନ୍ତି ମୋହନା ଗ୍ରାମ ପଞ୍ଚାୟତ ର ୱାର୍ଡ ସଭ୍ୟଓ ସଭ୍ୟା ମାନେ । ୩୯ ପଞ୍ଚାୟତ ବିଶିଷ୍ଟ ମୋହନା ବ୍ଲକ ନିମନ୍ତେ ଜଣେ ସ୍ଥାୟୀ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତ ହୋଇନଥିବା ଯୋଗୁଁ ମୋହନା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅତିରିକ୍ତ ଭାବେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାୟିତ୍ୱ ଦିଆଯାଇଛି ତେଣୁ ଅତିଶୀଘ୍ର ଜଣେ ସ୍ଥାୟୀ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୋହନା ବ୍ଲକ ନିମନ୍ତେ ନିଯୁକ୍ତ କରିବା ସହ ତୁରନ୍ତ ଖଗେଶ୍ୱରଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି ମୋହନା ପଞ୍ଚାୟତ ୱାର୍ଡ ସଭ୍ୟ ଓ ସଭ୍ୟା ବୃନ୍ଦ ।ଏନେଇ ମୋହନା ବିଡ଼ିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଯୋଗୁଁ ବାଧ୍ୟ୍ୟ ହୋଇ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖ ଗେଟ୍ ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ମାନେ । ତେଵେ ଅତିଶୀଘ୍ର ନିର୍ବାଚିତ ପ୍ରତିନିଧିଙ୍କ ଦାବି ପୂରଣ କରାଯିବ ବୋଲି କହିଛନ୍ତି ବିଡ଼ିଓ ତପସ୍ୱିନୀ ହାଁସଦା ।