September 21, 2024

ସ୍ବେଚ୍ଛାକୃତ ରକ୍ତଦାନ ଶିବିର 

Share

 

ବୁଗୁଡ଼ା : ତା ୧୯/୦୯/୨୪ : ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ପରିସରରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ୧୧୧ ଜଣ ବ୍ଯକ୍ତି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଭଞ୍ଜନଗର ବ୍ଲଡ୍ ବ୍ଯାଙ୍କର ଏକ ଟିମ୍ ଏହି ଶିବିର ଅବସରରେ ସ୍ବେଚ୍ଛାକୃତ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିର ପରିଚାଳନାରେ ନଗର ବିଜେପି ସଭାପତି କେଦାର ନାଥ ମହାରଣା , କୃଷ୍ଣଚନ୍ଦ୍ର ମହାପାତ୍ର, ୟୁ.ଯଜ୍ଞନାରାୟଣ ପାତ୍ର, ଶେଷଦେବ ପାତ୍ରଙ୍କ ସମେତ ଅନ୍ଯ ସ୍ବେଚ୍ଛାସେବୀମାନେ ସହଯୋଗ କରିଥିଲେ।