September 21, 2024

୧୩ ତାରିଖ ଘଟଣାର, ବିଜେପି ସମର୍ଥିତ ସରପଂଚ କଲେ ସାମ୍ବାଦିକ ସମ୍ମିଳନୀ

Share

୧୩ ତାରିଖ ଘଟଣା କୁ ନେଇ ବିଜେପି କଲା ସାମ୍ୱାଦିକ ସମ୍ମିଳନୀ,ସାମ୍ବାଦିକ ସମ୍ମିଳନୀ ରେ ଦୁଇ ବାପିଙ୍କୁ ଟାର୍ଗେଟ୍ କଲେ ବିଜେପି ସମର୍ଥିତ ସରପଂଚ,, ବିଡ଼ିଓଙ୍କୁ ଡକାଇଲେ, ମିଥ୍ୟା ବିଲ୍ ରେ ଦସ୍ତଖତ କରିବାକୁ ବାଧ୍ୟ କଲେ, ବିଡିଓ ଏହାର ପ୍ରତିବାଦ କରିବାରୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥଲେ। ଦୋଷୀଙ୍କ ବିରୋଧରେ ଦୁଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ବନ୍ଦିତା ଦାସ,ବିଡିଓ ଙ୍କ ନାମରେ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ କୁଜଙ୍ଗ ସରପଂଚ ବନ୍ଦିତା ଦାସ, ବିଡ଼ିଓ ଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ବିଜେପି ସମର୍ଥିତ ସରପଂଚ lଗତ ଶୁକ୍ରବାର ବ୍ଲକ ସମ୍ମିଳନୀ କକ୍ଷରେ ଘଟିଥିବା ତୁମୁଳକାଣ୍ଡ କୁ ନେଇ ରାଜନୀତି ପାଣିପାଗ ସରଗରମ ହୋଇଛି। ବିଜେଡି ଓ ଶାସକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଥିବା ସମୟରେ ଏହି ଘଟଣାର ବିଜେଡି ସାମ୍ବାଦିକ ସମ୍ମିଳନୀ ଡାକିଥିବା ବେଳେ ଏହାର ଦିନକ ପାରେ ତଥା ଗତ କାଲି ବିଜେପି ସମର୍ଥିତ ସରପଂଚ ମାନେ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ସ୍ଵାଇଁ ଙ୍କ ଜିରୋ ପଏଣ୍ଟ ସ୍ଥିତ କାର୍ଯ୍ୟାଳୟରେ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରି ବିଡ଼ିଓଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି। ଏହି ସମ୍ମିଳନୀରେ ଦୁଇ ବାପି ଙ୍କୁ ଟାର୍ଗେଟ କରିଥିଲେ। ଭୁତୁମୁଣ୍ଡେଇ ସରପଂଚ ରୋହିତ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ବିଜେପି ସମର୍ଥିତ ସରପଂଚ ମାନେ ବିଜେଡି ଗୁଣ୍ଡାରାଜ୍ ଚଳାଇ ଥିବା ଅଭିଯୋଗ ଆଣିଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ନିନାରାନି ସାହୁ, ଉପାଧ୍ୟକ୍ଷ ଜ୍ଞାନଜିତ୍ ସ୍ଵାଇଁ ଙ୍କ ନେତୃତ୍ୱରେ କିଛି ସମିତି ସଭ୍ୟ, ସଭ୍ୟା ଓ ସରପଂଚ ମାନେ ଗତ ୧୩ ତାରିଖ ରେ ବ୍ଲକ ସମ୍ମିଳନୀ କକ୍ଷରେ ବିଡ଼ିଓଙ୍କୁ ଡକାଇ କିଛି ମିଥ୍ୟା ବିଲ୍ ରେ ଦସ୍ତଖଟ କରିବାକୁ ବାଧ୍ୟ କରିଥିଲେ। ବିଡିଓ ଏହା ନକରିବାରୁ ସେମାନେ ତାଙ୍କୁ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିଲେ ବୋଲି ବିଜେପି ସମର୍ଥିତ ସରପଂଚ ମାନେ ଅଭିଯୋଗ କରିଛନ୍ତି। ଷଣ୍ଢପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଏକ ବୈଠକ ବସି ଆକ୍ରମଣ ଯୋଜନା କରଯାଇଥିବା ବିଜେପି ସମର୍ଥିତ ଜନ ପ୍ରତିନିଧି ମାନେ ଅଭିଯୋଗ ଆଣିଛନ୍ତି। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )