June 20, 2026

ମୋହନା ଅଞ୍ଚଳର ମହିଳା ଆଭାସି ମାଧ୍ୟମରେ ଦେଖିଲେ ସୁଭଦ୍ରା ଯୋଜନାର ଲୋକାର୍ପଣ ଉତ୍ସବ …

IMG-20240917-WA0020
Share

ଗଜପତି ଜିଲ୍ଲା ମୋହନା ବ୍ଲକ ହାଇସ୍କୁଲ୍ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା ସୁଭଦ୍ରା ଯୋଜନା ର ଲୋକାର୍ପଣ ଉତ୍ସବ। ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାର ଘୋଷଣା କରିଥିବା ସୁଭଦ୍ରା ଯୋଜନା କୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବକୁ ଉପଭୋଗ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ସ୍ଥାନୀୟ ଖେଳ ପଡିଆ ଠାରେ ବିରାଟ ଟେଲିଭିଜନ ଲଗାଇ ସ୍ଥାନୀୟ ଅଞ୍ଚଳ ର ମହିଳା ମାନେ ଦେଖିବା ନିମନ୍ତେ ବ୍ଲକ ତରଫରୁ ବ୍ୟବସ୍ଥା କରାଯାଇଥିଲା। ଏହି ଲୋକାର୍ପଣ ଉତ୍ସବରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଏହା ସହ ଅନ୍ୟତମ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ବାଲ୍ମୀନା ଅଧିକାରୀ, ତହସିଲଦାର ସତ୍ୟବାନ ନାୟକ, ସିଡିପିଓ ସବିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଯୋଜନା ସମ୍ପର୍କରେ ଉପସ୍ଥିତ ମହିଳା ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ବୁଝାଇଥିଲେ। ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ରାଜ୍ୟର ଏକ କୋଟି ମହିଳାଙ୍କୁ ଆର୍ଥିକ କ୍ଷେତ୍ର ରେ ସ୍ବାବଲମ୍ବୀ କରିବା ନିମନ୍ତେ ଏହି ଯୋଜନା ପ୍ରଚଳନ କରିଥିବା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ପ୍ରକାଶ କରିଥିଲେ। ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ବର୍ଷ ଜନ୍ମ ଦିନ ଅବସରରେ ଏହି ଯୋଜନା ରାଜ୍ୟରେ ଆରମ୍ଭ ହୋଇ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବର୍ଷ କୁ ଦୁଇ କିସ୍ତି କରି ମହିଳା ମାନଙ୍କୁ ପଚାଶ ହଜାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ମୋହନା ଅଞ୍ଚଳରେ ବାସ କରୁଥିବା ପ୍ରାୟ ଦଶ ହଜାର ରୁ ଉର୍ଦ୍ଧ ମହିଳା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋହନା ବ୍ଲକର ସମସ୍ତ ଅଧିକାରୀ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଟି ଉଚ୍ଚ କୋଟୀର ହୋଇଥିବା ସାଧାରଣରେ ଆଲୋଚନା ହେଉଛି।

You may have missed