September 21, 2024

ବନ୍ଦେ ଭାରତ ଏକ୍ସପ୍ରେସ କୁ ରାୟଗଡା ରର ସ୍ୱାଗତ କରିଲେ ସାଂସଦ ବିଧାୟକ ଓ ବିଜେପି ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକ 

Share

 

ରାୟଗଡା : ଦୁର୍ଗୁ ଠାରୁ ବିଶାଖପାଟଣା ଭାରତ ବନ୍ଦେ ଏକ୍ସପ୍ରେସ କୁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗୁ ଠାରେ ସସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ରାୟଗଡା ରେଳ ଷ୍ଟେସନ ର ଏକ ନମ୍ବର ପ୍ଲାଟଫର୍ମ ରେ ରେଳ ବିଭାଗ କର୍ମଚାରୀ ଙ୍କ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରର ମୁଖ୍ୟଅତିଥି ଭାବେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ସମ୍ମାନନିତ ଅତିଥିଭାବେ ରାୟଗଡା ବିଧାୟକ ଆପଲସ୍ୱାମି, ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଉପ ସଭାପତି ଟୁଟୁ ଦାସ ( ପଦ୍ମନାଭ,), ଅତିରିକ୍ତ ଜ଼ିଲ୍ଲାପାଳ ଭାଷ୍କର ରୋଇତ, ଅତିରିକ୍ତ ପୋଲିସ ଆରକ୍ଷୀ ଅଧକ୍ଷ ବିଷ୍ଣୁ ପ୍ରସାଦ ପାତ୍ର ଏ ଡି ଆର ଏମ ସୁଧୀର ଗୁପ୍ତା, ଓ ଅନ୍ୟ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ରହିଥିଲେ l ନିର୍ଧାରିତ ସମୟ ଅନୁସାରେ ରାତ୍ରି 8 ଘଂଟିକା ସମୟରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ରାତ୍ରି 9.50 ମିନିଟ ସମୟରେ ରାୟଗଡା ଷ୍ଟେସନ ରେ ଭାରତ ବନ୍ଦେ ଏକ୍ସପ୍ରେସ ପହଂଚିବା ପରେ ସାଂସଦ ବିଧାୟକ, ଜ଼ିଲ୍ଲା ବିଜେପି ସଭାପତି, ରାୟଗଡା ଜ଼ିଲ୍ଲା ଅତିରିକ୍ତ ଜ଼ିଲ୍ଲାପାଳ ଓ ଅତିରିକ୍ତ ପୋଲିସ ଏସପି ଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଓ ସହ ସହ ଜନସାଧାରଣ ଏହି ବନ୍ଦେ ଭାରତ ଟ୍ରେନ କୁ ସ୍ୱାଗତ କରିଥିଲେ l ଆସନ୍ତା 20ତାରିଖ ରୁ ନିୟମିତ ଭାବେବନ୍ଦେ ଭାରତ ଟ୍ରେନ ଦୁର୍ଗୁ ଓ ବିଶାଖପଟଣା ପର୍ଯ୍ୟନ୍ତ ଚାଲିବ l ଦୁର୍ଗୁରୁ ସଖାଳୁ 5.45 ବାହାରି ରାୟଗଡା ରର ଦିନ 11 ରେ ପହଂଚିବ ବିଶାଖପାଟନମ ରେ 1.45 ରେ ପହଂଚି ଦିନ 2.50 ସମୟରେ ଛାଡି ରାୟଗଡା ଠାରେ ଦିନ 5.13 ରେ ପହଂଚିବ ଓ ଦୁର୍ଗୁ ଠାରେ ରାତ୍ରି 10.50ସମୟରେ ପହଂଚିବ l ଏହି ଟ୍ରେନ ରେ ସର୍ବମୋଟ 16 ଗୋଟି କୋଚ ରହିଛି ଏହା ଦୁର୍ଗୁ ରୁ ବାହାରି ରାଇପୁର, ମହାଶମୁଦ, ଖରିଆର ରୋଡ, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା, ରାୟଗଡା, ପାର୍ବତୀପୁରମ, ବିଜ଼ାୟନଗରମ ଓ ବିଶାଖପାଟ ନମ ରେ ପହଂଚିବ l ରାୟଗଡା ରେ ଟ୍ରେନ ପହଂଚିବା ପରେ ବିଧାୟକ ଓ ଙ୍କ ସମତେ ଜନସାଧାରଣ ଟ୍ରେନ ଭିତରେ ବୁଲି ଟ୍ରେନ ବ୍ୟବସ୍ତା ଦେଖିଥିଲେ l ଏହି ଭାରତ ବନ୍ଦେ ଏକ୍ସପ୍ରେସ ର ଶ୍ରେୟ ପାଇଁ ଉଭୟ ବିଜେପି ଓ କଂଗ୍ରେସ କର୍ମୀ ମଧ୍ୟରେ ନିଜ ନିଜ ଦଳ ର ସ୍ଲୋଗାନ ଦେଇଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ