June 21, 2026

13 ତାରିଖ ଘଟଣାର , ବିଜେଡି – କଲା ସାମ୍ବାଦିକ ସମ୍ମିଳନୀ

IMG-20240916-WA0028
Share

           ଅଶାନ୍ତ କୁଜଙ୍ଗ ବ୍ଲକ, କୁଜଙ୍ଗ ବ୍ଲକ ପରିସରରେ ତୁମୁଳ କାଣ୍ଡ , ବ୍ଲକ ସମ୍ମିଳନୀ କକ୍ଷ କୁ ଧସିକି ପଶିଲେ ଶାସକ ଦଳ କର୍ମୀ, ସମ୍ମିଳନୀ କକ୍ଷ ଭିତରକୁ ପ୍ରବେଶ କରିବାକୁ କିଏ ଦେଲା ଅନୁମତି, କକ୍ଷ ଭିତରେ ଲୋକ ପ୍ରତିନିଧି ସହ କରିଥିଲେ ବର୍ବରକାଣ୍ଡ , ଆଦିବାସୀ ଓ ଦଳିତ ଲୋକ ପ୍ରତିନିଧି ମହିଳାଙ୍କୁ କରିଥିଲେ ଅସଦଆଚରଣ,କଣ ରହିଛି ଷଡ଼ଯନ୍ତ୍ର, ଆୟତ କରିଥିଲେ କୁଜଙ୍ଗ iic ରଶ୍ମୀରଂଜନ ଦାସ , କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାନି ସାହୁ ଓ ଉପାଧ୍ୟକ୍ଷ ଜ୍ଞାନଜିତ୍ ସ୍ଵାଇଁ କଲେ ସାମ୍ବାଦିକ ସମ୍ମିଳନୀ, ଖଳନାୟକ ବିଡ଼ିଓ ଙ୍କୁ ଗିରଫ କରାଯାଉ, କାହା ବଳରେ ବଳୀୟାନ , ୩ଦିନ ମଧ୍ୟରେ ତୁମୁଳ କାଣ୍ଡ କରିଥିବା ବେକ୍ତି ଙ୍କୁ ଗିରଫ ନ କରାଗଲେ ହେବ ଆନ୍ଦୋଳନ, ୨୦ତାରିଖ ରୁ ଶୁଭାରମ୍ଭ ହେବ ବଜେଡିର କୁଜଙ୍ଗ ବ୍ଲକ ଘେରାଉ, ଆହ୍ଵନ ଦେଲେ ଦୁଇ ବାପି,ସାମିଲ ହେବେ ହାଜର ହାଜର ବିଜୁ ପ୍ରେମୀ, ସମର୍ଥନ ଦେବେ ବିଭନ୍ନ ସଙ୍ଘ ସହ କୁଜଙ୍ଗ ପ୍ରେସ କ୍ଳବ୍, । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କୁଜଙ୍ଗ ବ୍ଲକ ପରିସରରେ। ଶାସକ ଦଳ କର୍ମୀମାନେ ବ୍ଲକ ସମ୍ମିଳନୀ କକ୍ଷରେ ବିଜେଡି ସମର୍ଥିତ ସରପଂଚ, ସମିତି ସଭ୍ୟ ଓ ସଭ୍ୟା ଜିଲ୍ଲା ପରିଷଦ ସଭ୍ୟଙ୍କୁ ଗାଳିଗୁଲଜ କରିବା ସହିତ କିଛି ପ୍ରତିନିଧିଙ୍କୁ ମାଡ଼ ମାରିଥିବା ଘଟଣା। ଏହି ଘଟଣାର କୁଜଙ୍ଗ ଥାନରେ ଶାସକ ଦଳର କିଛି ଛାମୁଆ ନେତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ତେବେ ଘଟଣାକୁ ୪ଦିନ ବିତିଯାଇଥିଲେ ବି ପୋଲିସ୍ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ କରୁନି କାହିଁକି। ଗତ କାଲି ଷଣ୍ଢପୁର ସ୍ଥିତ ଜନ ସମ୍ପର୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ଏଭଳି ଅଭିଯୋଗ ଆଣିଛି। ପୋଲିସ୍ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଓ ବିଡ଼ିଓଙ୍କୁ ତୁରନ୍ତ ଚାକିରିରୁ ବହିଷ୍କୃତ କରା ନ ଗଲେ ଆଗାମୀ ୨୦ତାରିଖ ରେ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବିଜେଡି ନେତାଙ୍କ ସହ ଦୁଇ ବାପି ଚେତାବନୀ ଦେଇଛନ୍ତି। କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାନି ସାହୁ ଓ ଉପାଧ୍ୟକ୍ଷ ଜ୍ଞାନଜିତ୍ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଶ୍ରମିକ ନେତା ବାପି ସର୍ଖେଲ, ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା, ସରପଂଚ ଓ ଜିଲ୍ଲା ପରିଷଦ ପ୍ରମୁଖ ଗତ ୧୩ ତାରିଖ ଦିନ ପଞ୍ଚାୟତ ସମିତି ସଭଗୃହରେ ଘଟିଥିବା ଘଟଣା ପ୍ରକାଶ କରିବା ସହ ମତ ରଖିଥିଲେ। ଏହି ଘଟଣାର ଲିଖିତ ଅଭିଯୋଗ ପରେ ବି ପୁଲିସ ଆକ୍ରମଣ କାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ଆଣିଥିଲେ। ସମସ୍ତ ଘଟଣାର ସିସିଟିଭି ଫୁଟେଜ୍ ରହିଛି। ପୁଲିସ୍ ସଠିକ୍ ଏହାର ତଦନ୍ତ କଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ସମର୍ଥିତ ୨୦ ସମିତି ସଭ୍ୟ ସଭ୍ୟା, ୧୦ରୁ ଅଧିଲ ସରପଂଚ ଓ ୪ଜିଲ୍ଲା ପରିଷଦ ସମେତ ବହୁ ଛାମୁଆ କର୍ମୀ ମାନେ ମତ ପ୍ରକାଶ କରିଥିଲେ। ( ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )