March 11, 2026

ଅତିଥି ଶିକ୍ଷକ ମାନଙ୍କ ବକେୟା ଦରମା ପ୍ରଦାନ ନିମନ୍ତେ ଦାବୀପତ୍ର 

IMG-20240914-WA0042
Share

 

 

ପଦ୍ମପୁର :୧୪/୦୯(ଜୟନ୍ତ କୁମାର ସେଠ)ପଦ୍ମପୁର ସ୍ଥାନୀୟ ଟାଉନ୍ ହାଇସ୍କୁଲ ପଦ୍ମପୁର ପରିସର ମଧ୍ୟରେ ବ୍ଲକ୍ ଓଷ୍ଟା ସଭାପତି ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ବରଗଡ଼ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ୪ଟି ବ୍ଲକ୍ ଯଥା ରାଜବୋଡ଼ା ସମ୍ବର, ଝାରବନ୍ଧ, ପାଇକମାଲ ଓ ଗାଇସିଲେଟ ର ଅତିଥି ଶିକ୍ଷକ ମାନଙ୍କର ମାର୍ଚ୍ଚ ୨୦୨୩ ଓ ଗତ ବର୍ଷର ୭ ମାସର ବକେୟା ଦରମା ସମ୍ୱନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବରଗଡ଼ ଜିଲ୍ଲାର ଓଷ୍ଟା ସଭାପତି ଶ୍ରୀ ନନ୍ଦଲାଲ ନାୟକ, ଉପସଭାପତି ଶ୍ରୀ ଚୂଳ ସୁନ୍ଦର ମେହେର ଓ ବ୍ଲକ୍ ଓଷ୍ଟା ସମ୍ପାଦକ ଶ୍ରୀ ରବି ଶଙ୍କର ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥି ଶିକ୍ଷକ ଶ୍ରୀ ବୃନ୍ଦାବନ ଦାଶ, ଶ୍ରୀ ଯଦୁମଣି ପ୍ରଧାନ, ଶ୍ରୀ କମଳା କାନ୍ତ ପାଣିଗ୍ରାହୀ, ଶ୍ରୀ ଚକ୍ରପାଣି ଚୌହାନ, ଶ୍ରୀ ଦୀପକରଞ୍ଜନ ନାଗ, ଶ୍ରୀ ହୃଦାନନ୍ଦ ସାହୁ, ଶ୍ରୀ ସୁବାସ ପଟେଲ ଓ ଶ୍ରୀ ମନ୍ମଥ ସାହୁ ପ୍ରମୁଖ ଯୋଗଦେଇ ଏହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରି ଜିଲ୍ଲାପାଳ ବରଗଡ଼ ଓ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟକୁ ଏକ ଦାବୀପତ୍ର ମାଧ୍ୟମରେ ଆଗମୀ ସେପ୍ଟେମ୍ବର ୩୦ ମଧ୍ୟରେ ବକେୟା ଦରମା ପ୍ରଦାନ ନିମନ୍ତେ ଜଣାଇଛନ୍ତି। ଅନ୍ୟଥା ଆଗାମୀ ଅକ୍ଟୋବର ୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ରେ ବସିବା ପାଇଁ ଚେତାବନୀ ଦେଇଛନ୍ତି।