June 25, 2026

ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

IMG-20240914-WA0043
Share

 

 

ପଦ୍ମପୁର : ୧୪/୦୯(ଜୟନ୍ତ କୁମାର ସେଠ) ପଦ୍ମପୁର ଉପଖଣ୍ତ ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କ ସଭାପତିତ୍ବ ରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଏହି ଦିବସର ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ସଭାରେ ବରିଷ୍ଠଶିକ୍ଷକ ଶ୍ରୀ ଅକ୍ଷୟ କୁମାର ବେହେରା, ଶ୍ରୀ ଟିକେଲାଲ ସାହୁ ଓ ଶ୍ରୀ ଚନ୍ଦ୍ରଭାନୁ ବଡ଼ଗୁଛିଆ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟରେ ଶ୍ରୀ ସୁରେଶ ପଟେଲ ସହଯୋଗ କରିଥିଲେ।