November 26, 2024

ରସାୟନ ବିଜ୍ଞାନ ବିଭାଗର ଅଭିଭାବକ-ଶିକ୍ଷକ-ଛାତ୍ରଛାତ୍ରୀଙ୍କ ବୈଠକ 

Share

ବୁଗୁଡ଼ା : ତା ୧୪/୦୯/୨୪ : ସ୍ଥାନୀୟ ପିପୁଲ୍ସ

କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ଅଭିଭାବକ-ଶିକ୍ଷକ-ଛାତ୍ରଛାତ୍ରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଆଇକ୍ୟୁଏସି ସଂଯୋଜକ ଅକ୍ଷୟ କୁମାର ସାହୁ , ବିଭାଗୀୟ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସ, ଅଧ୍ୟାପକ ବିଜେନ୍ଦ୍ର ଆଚାର୍ଯ୍ୟ , ଡେମୋନଷ୍ଟେଟର୍ ନରହରି ଚୌଧୁରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକ କାଳରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ବୌଦ୍ଧିକ ବିକାଶରେ ଅଭିଭାବକ ଏବଂ ଶିକ୍ଷକଙ୍କ ଆବଶ୍ୟକୀୟ ଭୂମିକା ସମ୍ପର୍କେ ବ୍ୟାପକ ଆଲୋଚନା କରାଯାଇଥିଲା । ଏଥି ସହ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ଉପସ୍ଥାନ ୭୫% ଜରୁରୀ ହେତୁ ଅହେତୁକ ଅନୁପସ୍ଥିତି ପ୍ରତି କଡା ଆଭିମୁଖ୍ୟ ଗ୍ରହଣ ନିମନ୍ତେ ସର୍ବସମ୍ମତି ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ଆଶାନୁରୂପକ ଅଭିଭାବକଙ୍କ ଉପସ୍ଥିତି ସାଙ୍ଗକୁ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ ଦେଖିବାକୁ ମିଳିଥିଲା । ଏଥି ସହ ବିଭାଗୀୟ ଅଧ୍ଯାପନାକାରୀମାନେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ । ପରିଶେଷରେ ଅଧ୍ଯାପକ ଶ୍ରୀକୃଷ୍ଣ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed