November 26, 2024

ଭିତ୍ତପ୍ରସ୍ତର ସ୍ଥାପନର ୩ ବର୍ଷ ପୂର୍ବେ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ହୋଇଥିଲା କିନ୍ତ ନିର୍ମାଣ ହେଲା ଅଜୈବିକ ବର୍ଜ୍ୟବସ୍ତୁ ପୃଥ୍ୱୀକରଣ କେନ୍ଦ୍ର 

Share

ରାୟଗଡା : କୋଲନରା ବ୍ଲକ ବଡଖିଲାପଦର ସଦର ପଞ୍ଚାୟତର ପାଣି ଟାଙ୍କି ପାଖରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ୨୦୨୧ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା କିନ୍ତୁ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ବି କଲ୍ୟାଣ ମଣ୍ଡପ ନିର୍ମାଣ ହୋଇ ପାରିନାହିଁ | ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ମିଳିଥିବା ସୂଚନା ମୁତାବକ, ବଡଖିଲାପଦର ଗ୍ରାମରେ ପୂର୍ବତନ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କର କମଳରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ୧୪ ସିଏଫସି, ମନରେଗା ଓ ଏସପିସି ଦ୍ବାରା ୩୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ୨୯ ଜାନୁଆରି ୨୦୨୧ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ନିଜେ ମନ୍ତ୍ରୀ ଉପସ୍ଥିତ ରହି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଅନ୍ୟତମ ଅତିଥିଭାବେ ପୂର୍ବତନ ବ୍ଲକ ଅଧକ୍ଷା ଗୀତା କୋଣ୍ଡାଗୋରୀ, ପୂର୍ବତନ ଉପାଦକ୍ଷ ତେଜ ରାଜ ନାଗ,ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ଆଶୁତୋଷ କୀଲାକା, ପୂର୍ବତନ ସରପଞ୍ଚ ସସ୍ମିତା କାଡ୍ରକା ଓ ବର୍ତ୍ତମାନ ର ସରପଞ୍ଚ ତଥା ପୂର୍ବତନ ସମିତି ସଭ୍ୟ ମାଦା ରାଓ କୋଣ୍ଡାଗୋରୀ ରହିଥିଲେ କିନ୍ତୁ ଭିତ୍ତି ପ୍ରସ୍ତର ସ୍ଥାପନର ୩ ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ମଧ୍ୟ କଲ୍ୟାଣ ମଣ୍ଡପର ଫାଉଣ୍ଡେସନ କାର୍ଯ୍ୟ ମଧ୍ୟ ଆଗେଇ ପାରିନାହିଁ | କେବଳ ଜମି ଚିହ୍ନଟ କରାଯାଇ ମାଟି ସମତୁଳ କରାଯାଇ ଛାଡି ଦିଆ ଯାଇଥିବା ଦେଖିବାକୁ ମିଳିଛି | ଯଦ୍ବାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ଯଦି କଲ୍ୟାଣ ମଣ୍ଡପ ନିର୍ମାଣ କରିବାର ନ ଥିଲା ତାହେଲେ କାହିଁକି ଲୋକ ଦେଖାଣିଆ ପାଇଁ ଏଭଳି ଭିତ୍ତି ପ୍ରସ୍ତର ସ୍ଥାପନ କରି ଛାଡି ଦିଆଗଲା ବୋଲି ଲୋକଙ୍କ ପାଖରେ ମତ ପ୍ରକାଶ ପାଇଛି | ପଞ୍ଚାୟତ ହେଡ୍ କ୍ୱାର୍ଟର ହୋଇଥିବା ହେତୁ ବଡଖିଲାପଦର ଠାରେ ଯଦି କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଏ ତାହେଲେ ଲୋକଙ୍କ ବହୁ ଆବଶ୍ୟକୀୟ ସମୟରେ କାମରେ ଆସି ପାରିଥାନ୍ତା ବୋଲି ଲୋକେ କହିଛନ୍ତି | ଏଠାରେ ଗୋଟିଏ କଥା ସ୍ପଷ୍ଟ ବାରି ହେଉଛି କି କେବଳ କାଗଜ କଲମରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ହୋଇଛି କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା | ୨୦୨୧ ମସିହାରେ ଜାଗା ଚିହ୍ନଟ କରାଯାଇ ଯଦି କଲ୍ୟାଣ ମଣ୍ଡପ ନିମନ୍ତେ ଫାଇଲ ଖୋଲା ଯାଇଥିଲା, ତେବେ ସେଠାରେ କଲ୍ୟାଣ ମଣ୍ଡପ ନିର୍ମାଣ ବଦଳରେ ଏକ (ଅଳିଆ କୁଣ୍ଡ)ଅଜୈବିକ ବର୍ଜ୍ୟବସ୍ତୁ ପୃଥ୍ୱୀକରଣ କେନ୍ଦ୍ର ସ୍ଥାପନ କିଭଳି ନିର୍ମାଣ କରାଗଲା ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ କୌଣସି ମଧୁଚନ୍ଦ୍ରିକା ହୋଇ ନାହିଁ ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି | ବଡଖିଲାପଦର ଠାରେ କଲ୍ୟାଣ ମଣ୍ଡପ ନ ଥିବା ହେତୁ ସ୍ଥାନୀୟ ଲୋକଙ୍କ ବିବାହ, ବ୍ରତ, ଦଶାହ ସହ ବହୁ ମାଙ୍ଗଳିକ କାର୍ଯ୍ୟରେ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡୁଛି | ବିଶେଷ କରି ବର୍ଷା ଦିନେ ବିଭିନ୍ନ କାର୍ଯ୍ୟ ପାଇଁ ଉପଯୁକ୍ତ ସ୍ଥାନ ଅଭାବରୁ ସମସ୍ୟା ଦେଖା ଦେଉଥିବା ଲୋକେ କହିଛନ୍ତି | ସେହିପରି କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ସ୍ଥାନୀୟ ଗ୍ରାମବାସୀ ବେଶ୍ ଉପକୃତ ହେବା ସହ ପଞ୍ଚାୟତକୁ ମଧ୍ୟ କିଛି ଟଙ୍କା ରୋଜଗାର ହୋଇ ପାରିଥାନ୍ତା | ତେଣୁ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବଡଖିଲାପଦର ଠାରେ ତୁରନ୍ତ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଦିଗରେ ଜିଲ୍ଲା କିମ୍ବା ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମର ନିଳିନ୍ଦ୍ରି ହୁଇକା, ପି ପ୍ରଶାନ୍ତ, ବସନ୍ତ ହୁଇକା, ମେଘନାଥ କଣ୍ଡାଗରି ଓ ଡ଼ମ୍ବୁ କୁଲିଶିକାଙ୍କ ସମେତ ବଡଖିଲାପଦର ଗ୍ରାମବାସୀ ଦାବି କରିଛନ୍ତି |

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed