September 21, 2024

ଅଞ୍ଚଳ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ଙ୍କୁ ସଫଳତା ର ମନ୍ତ୍ର ଦେଲେ ସାଂସଦ ପ୍ରଦୀପ ପୁରୋହିତ 

Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟାପକ ଏବଂ କତୃପକ୍ଷ ସାଂସଦ ଙ୍କୁ ଉପଢ଼ୋକନ ଦେଇ ସ୍ୱାଗତ ଜଣାଇ ଥିବା ବେଳେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ତରଫରୁ ପ୍ରାଚୀ ଅଗ୍ରୱାଲ, ଆଫ୍ରିନ, ସ୍ନେହା ଦାସ, ପ୍ରତ୍ୟୁଷ କୁମାର ଦାସ, ଆଦିତ୍ୟ ବଂଛୋର, ଆୟୁଷ ରାୟ, ଜୀବନାନନ୍ଦ ଦାସ, ଶୁଭମ ଦାନୀ, ପରିତୋଷ ଡନସନ, ପ୍ରିତମ ପଧାନ, ଅଭିନାଶ ସାହୁ , ସରୋଜ ନାଏକ, ଦେବଦତ୍ତ ସେଠ , ଦୀପକ ସାହୁ , ଉମେଶ ସାହୁ, ମୁକେଶ ଯାଦବ, ଚିନ୍ତାମଣି ସାହା ପ୍ରମୁଖ ସାଂସଦ ଙ୍କୁ ଉପଢୌକାନ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ଏହି ସଭାରେ ଯୋଗ ଦେଇ ସାଂସଦ ଶ୍ରୀ ପୁରୋହିତ ବାଗ ଦେବି ସରଶ୍ୱତୀ ଙ୍କର ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ବଳନ ପୂର୍ବକ ସଭା ଆରମ୍ଭ କରିବା ସହ ନିଜ ଛାତ୍ର ଜୀବନ କଥା ସହ କମ ନମ୍ବର ରଖୁଥିବା ବିଦ୍ୟାର୍ଥୀ ମଧ୍ୟ ଦିନେ ସଫଳ ହୋଇପାରିବ ଏବଂ ତାଙ୍କୁ ନିରାଶ ନକରି ଉତ୍ସାହ ଦେଲେ ସେମାନେ ଆଗାମି ଦିନରେ ନିଶ୍ଚିତ ସଫଳତା ପାଇବେ ବୋଲି ନିଜର ଉଦବୋଧନ ରେ କହିବା ସହ ବିଶ୍ୱ ର ନାମି ବୈଜ୍ଞାନିକ ଥୋମାସ ଅଲଭା ଏଡିସନ ଙ୍କ ଜୀବନ ର ଉଦାହରଣ ଦେଇ ବିଦ୍ୟାର୍ଥୀ ଙ୍କୁ ଉତ୍ସାହିତ କରିଥିଲେ । ବିଭିର୍ଣ୍ଣ କ୍ଷେତ୍ର ରେ ନିଜର ସାମାଜିକ ଯୋଗଦାନ ଦେବା ପାଇଁ ବିଦ୍ୟାର୍ଥୀ ମାନଙ୍କୁ ଆହ୍ୱାନ ମଧ୍ୟ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ପଢିବା ସୁବିଧା ପାଇଁ ମହାବିଦ୍ୟାଳୟ କ୍ୟାମ୍ପସ କୁ ଇଣ୍ଟାରନେଟ ସେବା ର ଶୁଭ ଉଦ୍ଘାଟନ କରିବା ସହ ମହାବିଦ୍ୟାଳୟ ର ଥିବା ବିଭିର୍ଣ୍ଣ ସମସ୍ୟା ଗୁଡିକ ବିଷୟରେ ଛାତ୍ର ଛାତ୍ରୀ ତଥା ମହାବିଦ୍ୟାଳୟ କତୃପକ୍ଷ ଙ୍କ ତରଫରୁ ସାଂସଦ ଙ୍କୁ ଏକ ଦାବି ପାତ୍ର ମାଧ୍ୟମ ରେ ଜଣେଇଥିଲେ।ମହାବିଦ୍ୟାଳୟ ରେ ଛାତ୍ର ସଂଖ୍ୟା ଅଧିକ ଥିବା ବେଳେ ଛାତ୍ରବାସ ପାଇଁ ହେଉଥିବା ଅସୁବିଧା ତଥା ବିଭିର୍ଣ୍ଣ ବିଭାଗରେ ଛାତ୍ର ଙ୍କ ପାଇଁ ଆଡ଼ମିସନ ସିଟ ବଢ଼ାଯିବ, ମହାବିଦ୍ୟାଳୟ ପାଇଁ ଏକ ସ୍ଥାଡିୟମ ଏବଂ ଅତ୍ୟାଧୁନିକ ଅଡିଟରୀୟମ ଏବଂ ମହାବିଦ୍ୟାଳୟ ସାମ୍ନା ରେ ଥିବା ରାସ୍ତାର ଉଭୟ ପାର୍ଶ୍ୱରେ ବସ ଷ୍ଟପ ର ବ୍ୟବସ୍ଥା, ଆଦି ସହ ସୂରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି ର ବ୍ୟବସ୍ଥା ଏବଂ ସର୍ବୋପରି ମହାବିଦ୍ୟାଳୟ କୁ ସରକାରୀ ମହାବିଦ୍ୟାଳୟ ର ମାନ୍ୟତା ପାଇଁ ଦାବି ଜଣାଇଥିଲେ। ଏହି ସଭାରେ ସାଂସଦ ଶ୍ରୀ ପୁରୋହିତ ଙ୍କ ସହ ଜୁବନେତା ପ୍ରିତେଶ କୁମାର ବହିଦାର, ଅଶୋକ କୁମାର ମିଶ୍ର, ନରେଶ ସୁନ୍ଦର ସାହୁ, ସୁରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ କତୃପକ୍ଷ ଏବଂ ବିଦ୍ୟାର୍ଥୀ ଙ୍କ ଦ୍ୱାରା ପ୍ରଦତ୍ତ ବିଭିର୍ଣ୍ଣ ଦାବି ମାନଙ୍କୁ ନେଇ ରାଜ୍ୟ ସରକାର ଙ୍କ ସହ ଆଲୋଚନା ଏବଂ ଯଥା ଶୀଘ୍ର ସମ୍ଭବ ଦାବି ପୁରଣ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସଂସାଦ ଶ୍ରୀ ପୁରୋହିତ। ମହାବିଦ୍ୟାଳୟ ର ଶ୍ରୀ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ଅତିଥି ପରିଚୟ ଦେଇଥିବା ବେଳେ ଅର୍ଥବିଜ୍ଞାନ ବିଭାଗର ଅଧ୍ୟାପକ ଡା. ବିରଞ୍ଚି ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରମୋଦ ତ୍ରିପାଠୀ ସଭାର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ମହାବିଦ୍ୟାଳୟ ଗଭର୍ନିଙ୍ଗ ବଡି ର ଚ୍ୟାରମେନ ଶ୍ରୀ ଗୋବିନ୍ଦ ପାଣିଗ୍ରାହୀ ମହାବିଦ୍ୟାଳୟର ସମସ୍ୟା ଓ ଦାବି ମାନଙ୍କ ବିଷୟ ରେ ଆଲୋକପାତ ସହ ସମ୍ବର୍ଦ୍ଧନା ସଭାର ଯଥାର୍ଥତା ବୁଝାଇଥିଲେ। ଓଡ଼ିଆ ବିଭାଗ ଅଧ୍ୟାପକ ସରୋଜ ନାୟକ ସମ୍ପୂର୍ଣ ସଭାର ମଞ୍ଚ ପରିଚାଳନା କରିଥିବା ବେଳେ ଇଂରାଜୀ ବିଭାଗ ର ଅଧ୍ୟାପକ ଖଗେଶ୍ୱର ଦାସ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅନ୍ୟା ଅଧ୍ୟାପକ ଓ କତୃପକ୍ଷ ମାନେ ଉପସ୍ଥିତ ରହି ସଭା ସୁଚାରୁ ସମ୍ପର୍ଣ କରିବାରେ ସହଯୋଗ କରିଥିଲେ।