September 21, 2024

ପୁରୀ ଜିଲ୍ଲାରେ ୯୦ ଦିନ ପର୍ଯ୍ୟନ୍ତ ୩୦ ଧାରା ଲାଗୁ

Share

 

ଅସ୍ତରଙ୍ଗ,,ସମଗ୍ର ପୁରୀ ଜିଲ୍ଲାରେ ରାଜ୍ୟ ସରକାର ପୋଲିସ ଆଇନ ୩୦ ଧାରା ଲାଗୁ କରିଛନ୍ତି । ଏହା ଅଗଷ୍ଟ ୩୦ ତାରିଖ ଠାରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ତଥା ମୋଟ ୯୦ ଦିନ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ,ପୁରୀ ମୁନିଶ ପାଲଟି,,ପିପିଲି,କୋଣାର୍କ,ନିମାପଡ଼ା ଏନ୍ ଏ ସି,ଅଞ୍ଚଳ ରେ ମଧ୍ୟ ଏହା ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା ସମିତି,ଶୋଭା ଯାତ୍ରା,ମାଇକ,ଆଦି ବ୍ୟବହାର କୁ ବେ ଆଇନ ଘୋଷଣା କରା ଯାଇଛି ବୋଲି ପୁରୀ ଜିଲ୍ଲା ଏସ ପି,ଶ୍ରୀ ପିନାକ ମିଶ୍ର ସୂଚନା ଦେଇଛନ୍ତି ।