September 21, 2024

ଗଜପତି:- ଜିଲ୍ଲା ସ୍ତରୀୟ “ସ୍ଵଚ୍ଛତା ହିଁ ସେବା” ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ..

Share

ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ “ସ୍ଵଚ୍ଛତା ହିଁ ସେବା” ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଡ଼.ଗୁଣନିଧି ନାୟକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ, ପ୍ରକଳ୍ପ ପ୍ରଶାସକ-ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା ଓ ସେଞ୍ଚୁରୀୟନ୍ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଦୁର୍ଗା ପ୍ରସାଦ ପାଢୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ପ୍ରସ୍ତୁତି ବୈଠକ “ସ୍ବଚ୍ଛତା ହିଁ ସେବା” ର କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ନିଜ ଅଞ୍ଚଳର ପରିବେଶକୁ ସ୍ୱଚ୍ଛ ରଖିବା ସହିତ ସମସ୍ତ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରିବାକୁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା। ସେହିପରି ଆସନ୍ତା ୧୭ ସେପ୍ଟେମ୍ୱର ଠାରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସମଗ୍ର ଦେଶରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି , ଏହି ପରିପେକ୍ଷୀ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ଓ ଡ଼ଷ୍ଟବିନ ବ୍ଯବହାର କରିବା ସହିତ ପଲିଥିନ ଓ ପ୍ଲାଷ୍ଟିକ ଜିନିଷକୁ ବ୍ୟବାହର ନ କରିବା ଓ ଅନ୍ୟାନ୍ୟ ଅଦରକାରୀ ଜିନିଷକୁ ବାହାରେ ନ ପକାଇ ରଖା ଯାଇଥିବା ଡଷ୍ଟବିନ ରେ ପକାଇବା ପାଇଁ ସମସ୍ତ ଜନସାଧାରଣଙ୍କୁ ସଚେତନତା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ଆସନ୍ତା ୨୫ ତାରିଖ ଦିନ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ , ବ୍ଲକ୍ , ସହରା ଅଞ୍ଚଳ , ବ୍ୟବସାୟ ପ୍ରତିଷ୍ଠାନ , ମାର୍କେଟ କମ୍ପ୍ଲେକ୍ସ ଓ ଶିକ୍ଷା ଅନୁଷ୍ଠାନ ଇତ୍ୟାଦି ଗୁଡିକରେ ସଫେଇ କରିବା ସହିତ କାଲି ଥିବା ସ୍ଥାନ ଗୁଡିକରେ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ।

ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସମସ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସ୍ବଚ୍ଛତା ସମ୍ପର୍କିତ ବୈଠକ , ସଫେଇ କାମ , ଶପଥ ପାଠ ଉତ୍ସବ ଓ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ କରିବା ସହିତ ସମ୍ପୁର୍ଣ୍ଣତା ସଚେତନତା କରାଯିବ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ। ଜିଲ୍ଲାର ସମସ୍ତ ବିଦ୍ୟାଳୟ , ମହାବିଦ୍ୟାଳୟ ଓ ଅଙ୍ଗୱାଡ଼ି କେନ୍ଦ୍ର ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା , ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସମସ୍ତ ଜନସାଧାରଣ ନିଜ ନିଜ ଅନୁଷ୍ଠାନ ଓ ଅଞ୍ଚଳରେ ସଚେତନତା କରିବାକୁ ଅନୁରୋଧ କରାଯାଇଛି।

ଆଜିର ଏହି ବୈଠକରେ କାର୍ଯ୍ୟକ୍ରମରେ ପାରଳା ନିର୍ବାହୀ ଅଧିକାରୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ , ଡେପୁଟି କଲେକ୍ଟର ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ , ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସ୍ୱଚ୍ଛତା ହିଁ ସେବାର ଶ୍ରୀ ଜି:ଅନିଲ ବାବୁ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ , ଜିଲ୍ଲା ଶିକ୍ଷା ଅଧିକାରୀ , ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଅଧିକାରୀ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

———————————————-