April 26, 2026

ବିସରପୁର ଗ୍ରାମରେ ଗଣେଶ ପୂଜା ଉପଲକ୍ଷେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20240912-WA0020
Share

 

ପୁରୀଜିଲ୍ଲା ଗୋପ ବ୍ଲକ ବିସରପୁର ଗ୍ରାମରେ ନୀଳକଣ୍ଠେଶ୍ଵର ଗଣପତି କମିଟି ର ସଭାପତି ମାନସ ଦଳାଇଙ୍କ ସଭାପତିତ୍ୱ ର ମୁଖ୍ୟ ଅତିଥିଭାବେ ବିଜେଡି ଯୁବନେତା ସୁବ୍ରତ ଛାଟୋଇ, ରାଜ୍ୟ ସମ୍ପାଦିକା କସ୍ତୁରୀବାଳା ସ୍ୱାଇଁ,ଗୋପ ବ୍ଲକ ଅଧକ୍ଷା ଝୁନୁ ମଲ୍ଲିକ, ସୁକାନ୍ତ ମହାନ୍ତି, ପ୍ରହଲ୍ଲାଦ ସ୍ୱାଇଁ ଙ୍କ ସହିତ ବିଶିଷ୍ଟ ସଦସ୍ୟମାନେ ମଞ୍ଚାସିନ ରହି ପ୍ରତିବର୍ଷ ଠାରୁ ଚଳିତ ବର୍ଷ ନିଆରା ଢଙ୍ଗରେ ଗଣେଶ ପୂଜା ପାଳନ କରାଯାଉଛି ବୋଲି ବକ୍ତାମାନେ କହିବା ସହିତ ପଞ୍ଚାୟତ ର ସମାଜସେବା ରେ କୃତିତ୍ୱ ଅର୍ଜନ କରିଥିବା ଯୁବକ ମାନଙ୍କୁ ସମ୍ମାନିତ କରାଯାଇଥିଲା l ପରେପରେ ଭଜନ ସମାରୋହ ଆରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସଭାପତିଙ୍କ ସହିତ ସମ୍ପାଦକ ଡମ୍ବରୁଧର ସ୍ୱାଇଁ, କୋଷାଧକ୍ଷ ମଦନ ବେହେରା ଙ୍କ ସହିତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ପରିଚାଳନା କରିବାରେ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ