March 11, 2026

ନବରଙ୍ଗପୁର ଜିଲ୍ଲା ରାଇଘର ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇଜଣ ଗିରଫ

IMG-20240911-WA0024
Share

 

ଉମରକୋଟ (ଏମ୍.ଦିନା°ଶୁ ଆଚାରୀ) ୧୫ କିଲୋ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ରାଇଘର -କୁନ୍ଦେଇ ମୁଖ୍ୟ ରାସ୍ତା ଗଞ୍ଜାପରା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ଥିବା ବିଶ୍ରାମ ଗୃହରେ ଦୁଇ ଅଜଣା ବ୍ୟକ୍ତିଙ୍କୁ ଦେଖି ସେମାନଙ୍କ ବ୍ୟାଗ ସବୁ ଯାଞ୍ଚ କରିଥିଲେ ଏହି ସମୟରେ ଯୁବକ ଙ୍କ ନିକଟରେ ଥିବା ତିନୋଟି ବ୍ୟାଗରୁ ୧୫ କିଲୋ ଗଞ୍ଜେଇ ଜବତ କରିଛି ରାଇଘର ପୋଲିସ।ଦୁଇ ଜଣ ଯୁବକ ଜୟପୁର ଠାରୁ ରାୟପୁର ଯିବାକୁ ଥିବା ବସ କୁ ଅପେକ୍ଷା କରୁଥିବା ଅନୁମାନ କରାଯାଉଛି। ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦୁଇ ଯୁବକ ହରିୟାଣା ରାଜ୍ୟର, ଇସାରା ଜିଲ୍ଲାର, ରାଜଥଲ ଗ୍ରାମର

ବଜେନ୍ଦ୍ର ସିଂ(୩୫),ବଲଜିତ କୁମାର ସିଂ (୨୭) ବୋଲି ସୂଚନା ମିଳିଛି।ରାଇଘର ତହସିଲଦାର ଙ୍କ ଉପସ୍ଥିତିରେ ରାଇଘର ଥାନା

ସବ-ଇନିସପେକ୍ଟର ମନୋଜ କୁମାର ବେହେରା ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

You may have missed