September 21, 2024

ନୂତନ ଉପ-ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ଓ ଜେ ୟୁ କର୍ମକର୍ତ୍ତା..

Share

କୋରାପୁଟ ଜିଲ୍ଲା ଜୟପୁର ଠାରେ ଆଜି ନୂତନ ଭାବରେ ଦାଇତ୍ୱ ନେଇ ଥିବା ଉପ ଜିଲ୍ଲାପାଳ ତଥା

ଉପ ଖଣ୍ଡ ସ୍ତରୀୟ ଦଣ୍ଡାଧିକାରୀ ଆଇ ଏ ଏସ କୁମାରୀ ଆକବରମ ସସ୍ୟ ରେଡ୍ଡୀ ଙ୍କୁ ଓଡିଶା ସାମ୍ବାଦିକ ସଂଘର କୋରାପୁଟ ଜିଲ୍ଲା ଶାଖା ର ସାଧାରଣ ସମ୍ପାଦକ ଶ୍ରୀ ହରିଶ କୁମାର ପଟ୍ଟନାୟକ ଏବଂ ଉପ ସଭାପତି ଶ୍ରୀ ରବି ଶଙ୍କର ମହାପାତ୍ର ସୌଜନ୍ୟ ମୂଳକ ସାକ୍ଷାତ କରି ଜ଼ିଲ୍ଲା ର ସାମ୍ବାଦିକ ଙ୍କ ସମସ୍ୟା ଏବଂ ଅଞ୍ଚଳର ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବ୍ଲକ ସଦର ମହକୁମା ରେ କେତେକ କର୍ମଚାରୀ ମାନେ ରହୁନାହାନ୍ତି ଯାହା ଫଳରେ ସୁଭଦ୍ରା ଯୋଜନା ଏବଂ ରେସନ କାର୍ଡ ପାଇଁ ଇ-କେୱାସି ପ୍ରଦାନ ରେ ହିତାଧିକାରୀ ନାହିଁ ନ ଥିବା ହଇରାଣ ହେଉଛନ୍ତି ବୋଲି ଦୃଷ୍ଟି ଆକର୍ଷଣ କରିଥିବାର ଜଣାଯାଇଛି।

(କୋରାପୁଟ ଜିଲ୍ଲା ପ୍ରତିନିଧି

ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)