September 21, 2024

ଗଜପତି:- ଚଳିତ ମାସ ୧୪ ତାରିଖରେ ବର୍ଷର ଜିଲ୍ଲାସ୍ତରୀୟ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ ..

Share

ଚଳିତ ମାସ ୧୪/୯/୨୦୨୪ ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ସମେତ ଜିଲ୍ଲାର ରା: ଉଦୟଗିରି , ମୋହନା ଓ କାଶୀନଗର ଠାରେ ଥିବା ଅଦାଲତ ମାନଙ୍କରେ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଅବସରରେ ସଂପୃକ୍ତ ଅଦାଲତ ମାନଙ୍କରେ ପ୍ରାୟ ସମସ୍ତ ପ୍ରକାରର ପ୍ରାକ ସ୍ତରୀୟ ମକଦ୍ଦମା ଓ ରହିଥିବା ବିଚାରାଧୀନ ମକଦ୍ଦମା ଯଥା:- ଫୌଜଦାରୀ( ସାଲିସ ଯୋଗ୍ୟ) , ଚେକ୍ ବାଉଁଶ , ବ୍ୟାଙ୍କ ଋଣ , ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ , ଶ୍ରମ ବିବାଦ , ଲୋକସେବା ସମ୍ବନ୍ଧୀୟ ମାମଲା , ବୈବାହିକ ବିବାହ ( ଛାଡ଼ପତ୍ର ବ୍ୟତୀତ) , ପାରିବାରିକ ବିବାଦ , ଜମି ଅଧିଗ୍ରହଣ , ଚାକିରୀ ସମ୍ବନ୍ଧୀୟ( ପେନସନ) , ରାଜସ୍ବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା ଗୁଡ଼ିକର ବିଚାରଣା କରାହେବ ।

ଲୋକ ଅଦାଲତରେ ମକଦ୍ଦମା ଅବା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼ିବ ନାହିଁ । ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୂଡାନ୍ତ ।

ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଉପଚାରରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ ।

ଏହି ସମ୍ପର୍କରେ ସବିଶେଷ ବିବରଣୀ ଜାଣିବା ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ନୂତନ ଜିଲ୍ଲା କୋର୍ଟ ପରିସରରେ ଥିବା ଜିଲ୍ଲା ଆଇନସେବା ପ୍ରାଧିକରଣ ସମେତ ଜିଲ୍ଲାର ରା: ଉଦୟଗିରି , ମୋହନା ଏବଂ କାଶୀନଗର ତାଳୁକା ସ୍ତରୀୟ ଥିବା ଆଇନସେବା କମିଟି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପାଇଁ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————-