September 21, 2024

ବ୍ଲକ୍ ସ୍ତରୀୟ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ 

Share

 

ବୁଗୁଡ଼ା : ତା ୦୫/୦୯/୨୪ : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆଇସିଡିଏସ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ ‘ମୋ ଗେହ୍ଲା ଝିଅ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡିଓ ସନ୍ତୋଷ କୁମାର ଜେନା ଯୋଗ ଦେଇ କନ୍ଯା ଭୃଣ ହତ୍ଯାର କୁପରିଣାମ ସହିତ କନ୍ଯାରତ୍ନର ସେବା ଓ ସୁରକ୍ଷା ସମ୍ପର୍କେ ଆଲୋକପାତ କରିଥିଲେ । ଏ ଅବସରରେ ବୁଗୁଡା ଏନ୍ଏସି ଅନ୍ତର୍ଗତ ହରିଶରଣପୁର ଶାସନ ନିବାସିନୀ ସୁନିତା ଦାଶଙ୍କୁ ମିଷ୍ଟାନ୍ନ, ପୋଷାକ ଓ ଚାରାଗଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରାଯିବା ସହ ତାଙ୍କ କନ୍ଯାରତ୍ନର ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସେକ୍ଟରର ଆଞ୍ଚଳିକ ପରିଦର୍ଶିକାମାନଙ୍କ ସମେତ ଅଙ୍ଗନଓ୍ବାଡିକର୍ମୀ ଓ କିଶୋରୀମାନେ ଉପସ୍ଥିତ ରହିଥିଲେ ।