September 21, 2024

ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟାନ୍ବୟନ ପାଇଁ ରାୟଗଡ଼ ଜିଲ୍ଲାପାଳଙ୍କ ପ୍ ସାମ୍ବାଦିକ ସମ୍ମିଳନୀ 

Share

 

ରାୟଗଡ଼ : ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସୁଭଦ୍ରା ଯୋଜନା ସମ୍ପର୍କିତ ଏକ ପ୍ରେସମିଟ/ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ । ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀମତୀ ପଟାୱରୀ ସୁଭଦ୍ରା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି କହିଥିଲେ ଯେ ପ୍ରତ୍ୟେକ ଅଙ୍ଗନବାଡି କର୍ମୀ, ପଞ୍ଚାଯତ ଓ ବ୍ଲକ ସ୍ତରରେ ଏହି ଫର୍ମ ଉପଲବ୍ଧ କରାଯାଇଛି । ଜିଲ୍ଲା ସ୍ତରରେ ୪ ଲକ୍ଷ ଫର୍ମ ଆବଶ୍ୟକ ବୋଲି ଏକ ଆକଳନ କରାଯାଇ ୭୨୭ଟି ଜନସେବା କେନ୍ଦ୍ରରେ, ୧୦୦ଟି ମୋ ସେବା କେନ୍ଦ୍ରରେ ଓ ୨୦୮୩ଟି ଅଙ୍ଗନବାଡି କେନ୍ଦ୍ରରେ ଏହି ଫର୍ମ ପୂରଣ ମିଳିବାର ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ଜିଲ୍ଲାରେ ପ୍ରାଥମିକ ସ୍ତରରେ ୧୪୧୨ ଜଣ ସି ଆର ପି , ୧୭୧ ଜଣ ଏମ ବି କେ, ୨୦୮୩ ଜଣ ଅଙ୍ଗନବାଡି କର୍ମୀ, ୭୨ ଜଣ ଆଇ ସି ଡି ଏସ ସୁପରଭାଇଜର, ୮୨୭ ଜଣ ଜନ ସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରର କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି ।

୧୧ଟି ବ୍ଲକ ଓ ୩ଟି ସହରାଞ୍ଚଳର ପ୍ରତ୍ୟେକ ଗ୍ରାମ ଓ ୱାର୍ଡ ସ୍ତରରେ ସରକାରୀ ବ୍ୟବସ୍ଥା ଦ୍ଵାରା ଲୋକ ମାନଙ୍କୁ ଫର୍ମ ପୂରଣ କରିବାର ପ୍ରକ୍ରିୟା ଓ ଯୋଗ୍ୟ ହିତାଧିକାରୀ ମାନଙ୍କ ବିଷୟରେ ସଚେତନ କରାଯାଉଛି । ଜିଲ୍ଲା ସ୍ତରରେ ଓ ବ୍ଲକ ସ୍ତରରେ ତଦାରଖ କରିବା ପାଇଁ ଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ବାବଧାନରେ ଗୋଟିଏ ଗୋଟିଏ ତଦାରଖ କମିଟିର ବ୍ୟବସ୍ଥା କରାଯାଇଛି । ତାଲିମ ବ୍ୟବସ୍ଥା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସିଡିପିଓ ମାନେ ସୂଚାରୁ ରୂପେ ଦାୟିତ୍ଵ ନିର୍ବାହ କରୁଛନ୍ତି । ଯଦି କୌଣସି ଅଭିଯୋଗ ଆସୁଛି ସେଥିପାଇଁ ତୁରନ୍ତ ଘଟଣାକୁ ବୁଝି ଓ ତାହାର କାରଣ ଖୋଜି ତୁରନ୍ତ ସମାଧାନ କରିବା ନିମନ୍ତେ ପଦକ୍ଷେପ ନିଆ ଯାଉଛି । ଯଦି କାହାର କିଛି ଅଭିଯୋଗ ଥାଏ କିମ୍ବା କୌଣସି ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେମାନେ ୧୪୬୭୮ଦେୟ ମୁକ୍ତ/ ଟୋଲ ଫ୍ରି ହେଲ୍ପ ଲାଇନ ମଧ୍ୟରେ ଯୋଜନା ସମ୍ପର୍କରେ ଯୋଗାଯୋଗ କରି ପାରିବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସୁଭଦ୍ରା ଯୋଜନା ନିମନ୍ତେ ଜିଲ୍ଲାର ନୋଡାଲ ଅଧିକାରୀ ଶ୍ରୀ ନିହାର ରଞ୍ଜନ କହଁର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରତିମା ପ୍ରଧାନ, ମିଶନ ଶକ୍ତି ଜିଲ୍ଲା ପରିଚାଳକ ଶ୍ରୀ ହେମନ୍ତ ବାଗ, ମମତା ଯୋଜନାର ଜିଲ୍ଲା ସଂଯୋଜକ ଶ୍ରୀ ଜିତେନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ