September 21, 2024

ଜମରତଳା ଉଚ୍ଚ ବିଦ୍ୟାଳୟ ରେ ଗୁରୁ ଦିବସ ପାଳନ

Share

 

 

ପଦ୍ମପୁର :- 5.09 (ଜୟନ୍ତ କୁମାର ସେଠ)ଗୁରୁବାର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥି ଅଵସରରେ ସ୍ଥାନୀୟ ଜମର ତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାଜେଶ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ମୂଖ୍ୟ ଅତିଥି ଅବସର ପ୍ରାପ୍ତ ଶିକ୍ଷକ କୁଞ୍ଜରାଜ ବରିହା,ଅନ୍ୟତମ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଜଳଧର ବିଶ୍ୱାଳ, ସୁରେଶ ସାହୁ,ପ୍ରଧାନ ଶିକ୍ଷକ ଓ ସମସ୍ତ ସହକାରୀ ଶିକ୍ଷକ ରାଧାକ୍ରିଷ୍ଣନଙ୍କ ତୈଳ ଚିତ୍ରରେ ମାଲ୍ୟlର୍ପଣ କରିଥିଲେ l ସୋହାନି,ଶ୍ରଦ୍ଧାଞ୍ଜଳି ଗ୍ରୁପ ଗୁରୁ ବନ୍ଦନା ଗାନ କରିଥିଲେ l ଶ୍ରୀ ରଘୁନାଥ ପୁରୀ ପରିଚୟ ପ୍ରଦାନ ଓ ସଂଯୋଜନା କରିଥିଲେ l ପ୍ରଥମେ ମୂଖ୍ୟ ଅତିଥିଙ୍କୁ ବନ୍ଦନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା l ପ୍ରଥମେ ପ୍ରଧାନ ଶିକ୍ଷକ ଉଧେଶ୍ୟ ଜ୍ଞାପନ ସହ ଗୁରୁଦିବସ ଉପରେ ଅଭିଭାଷଣ ପ୍ରଦାନ କରି ପିଲାଙ୍କୁ ଉଚିତ ମାର୍ଗଦର୍ଶନ କରିଥିଲେ l ଉପସ୍ଥିତ ସମସ୍ତ ଅତିଥି ପିଲାଙ୍କୁ ଗୁରୁଦିବସ ପାଳନର ତାତ୍ପର୍ୟ ଗୁରଙ୍କୁ ଭଗବାନ ସ୍ୱରୂପ ସମ୍ମାନ ପ୍ରଦାନ କରିବାକୁ ଉଦବୋଧନ ଛଳରେ ପରାମର୍ଶ ଦେଇଥିଲେ l ସୋହନି ସାହୁ ପ୍ରିୟଙ୍କା ବିଶ୍ଵାଲ, ଶ୍ରଦ୍ଧାଞ୍ଜଳି, ହିତାକାଂକ୍ଷୀ ଆଦି ଛାତ୍ର ଛାତ୍ରୀ ବତ୍କୃତା ଓ ପ୍ରାଚୀ, ଡାଇନାମିଷ୍ଟି ସଂଗୀତ,ଆସ୍ତା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ l ଶିକ୍ଷକ ଘନଶ୍ୟlମ ସାହୁ, ସାନନ୍ଦ ମହାନନ୍ଦ, ବୈଷ୍ଣବ ସୁନା, କିରାଣୀ ଉପେନ୍ଦ୍ର ପାତ୍ର, କୁଳମଣି ପ୍ରଧାନ, ରୂପଧର ନାୟକ, ଭୀଷ୍ମଦେବ ବାରିକ ମଂଚାସୀନ ଥିଲେ l ରଘୁନାଥ ପୁରୀ ଧନ୍ୟବାଦ ପ୍ରଦାନ କରିଥିଲେ l