କାଶୀନଗର ଏସବିଆଇ ଦ୍ୱାରା ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୁରୁ ସମ୍ମାନରେ ସମ୍ମାନିତ.

IMG-20240905-WA0029
Share

 

କାଶୀନଗର

ତା 5/9/24

 

କାଶୀନଗର ଷ୍ଟେଟ ବ୍ୟାଙ୍କ ତରଫରୁ କାଶୀନଗର ବ୍ଲକରୁ ଅବସର ଗ୍ରହଣ କରିଥିବା ସାତ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୁରୁ ଦିବସ ପାଳନ ଅବସରରେ ସ୍ଥାନୀୟ ବଂଶଧାରା ପାଠାଗାର ବୈଠକ ଗୃହ ମଧ୍ୟ ରେ ଗୁରୁ ସମ୍ମାନ ଦେବା ସହ ସମ୍ବର୍ଦ୍ଧନା କରିବା ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କ ମ୍ୟାନେଜେର ମନ୍ମଥ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମନିତ ଅତିଥି ଭାବେ ବଂଶଧାରା ପାଠାଗାର ସଭାପତି ହୃଷିକେଶ ଗୌଡ଼ ଓ ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ତଥା ସାହିତ୍ୟିକ ରବୀନ୍ଦ୍ର ମଲ୍ଲିକ ମଂଚାସୀନ ହୋଇ ଥିବା ବେଳେ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାଗିରଥି ବେହେରା ମଧ୍ୟ ଅତିଥି ଭାବେ ଯୋଗ ଦେଇ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ମାନ ରଖି ଆଜିକାଲି ଶିକ୍ଷକ ମାନେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ମୂଲ୍ୟବୋଧରେ ଅନୁପ୍ରାଣିତ ହୋଇ ନିଜର ଆଦର୍ଶବାଦ ଓ କର୍ତ୍ତବ୍ୟନିଷ୍ଠା ଦ୍ୱାରା ଏକ ସୁସ୍ଥ ଓ ଶୃଙ୍ଖଳିତ ଛାତ୍ର ସମାଜ ଗଠନରେ ସହାୟକ ହୋଇ ଶିକ୍ଷାର ପ୍ରଚାର ପ୍ରସାର କରି ଏହାର ମାନ ବୃଦ୍ଧି କରିବା ଏକାନ୍ତ ଆବଶ୍ୟକ ରହିଛି ବୋଲି କହିଥିଲେ. ସେହିପରି ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ବିନା କୌଣସି କାର୍ଯ୍ୟ ଅସମ୍ଭବ ଏବଂ ଗୁରୁଙ୍କ ସଂସ୍ପର୍ଶ ରେ ଆସି ଶିଷ୍ୟ ରୁଚିମନ୍ତ ଓ ରୁଦ୍ଧିମନ୍ତ କରି ନିଜକୁ ସଫଳତା ଆଗେ ବଢିଥାଏ. କାର୍ଯ୍ୟକ୍ରମ ରେ ଅବସର ନେଇଥିବା 4ଜଣ ଶିକ୍ଷକ ଜୟ କୁମାର ମିଶ୍ର, ଉଦୟ ଲିମ୍ମା, କେ ଭେଙ୍କେଟ ରାଓ, ଶରତ କୁମାର ପ୍ରଧାନ ଓ 3ଜଣ ଶିକ୍ଷୟିତ୍ରୀ ମାନେ ଇନ୍ଦୁମତୀ ନାୟକ,କିଶୋରୀ କୁମାରୀ ସାବତ ଓ ଶୈଳବଳା ଆପଟ ଏହିପରି ସର୍ବମୋଟ ସାତ ଜଣଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତୋରୀୟ ଓ ମାନପତ୍ର ଦେଇ ଏସବିଆଇ ମ୍ୟାନେଜେର ଶ୍ରୀ ଭୂୟାଁ ସମ୍ମାନୀତ କରିବା ପରେ କାଶୀନଗର ସ୍ଥିତ ହରିଜନ ସାହି ଓ ମାଜାଲା ସାହି ବିଦ୍ୟାଳୟ ସହ ଖୁରୀଗାଁ ବିଦ୍ୟାଳୟ କୁ ମଧ୍ୟ ଏହି ଗୁରୁଦିବସ ରେ ବିଦ୍ୟାଳୟ ମାନ ବୁଲି ବ୍ୟାଙ୍କ ତରଫରୁ ସମ୍ମାନିତ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ପାତ୍ର, ମନୋଜ ଚୌଧୁରୀ ଓ ରାଧାନାଥ ଚୌଧୁରୀ ଯୋଗ ଦେଇଥିଲେ.

You may have missed