November 26, 2024

ଗଜପତି ଜିଲ୍ଲା ସଂସ୍କୃତି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ..

Share

 

ପାରଳାଖେମୁଣ୍ଡି,ତା.୦୪.୦୯.୨୦୨୪

 

ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ପ୍ରଥମ ବୈଠକର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲାର ଲୋକ କଳା, ସଂସ୍କୃତି ଓ ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଆଲୋଚନା କରାଯାଇଛି। ସେହିପରି ଜିଲ୍ଲାର ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ ଓ ଜିଲ୍ଲାର ପଞ୍ଜୀକୃତ ଅନୁଷ୍ଠାନ ଗୁଡ଼ିକୁ ବାର୍ଷିକ ଥରେ ମାତ୍ର ଆର୍ଥିକ ସହଯୋଗ ପାଇବା,ଆର୍ଥିକ ସହାୟତା ରାଶି, ସଂସ୍କୃତି ଭବନ ନିର୍ମାଣ ଓ ଗଜପତି ଉତ୍ସଵ ପାଳନ ବିଷୟରେ ଉପସ୍ଥିତ ସଭ୍ୟ ସଭ୍ୟା ମାନଙ୍କ ସହିତ ବିସ୍ତୃତ ବାବେ ଆଲୋଚନା କରଯାଇଥିଲା। ସେହିପରି ଜିଲ୍ଲାରେ ହଜି ଯାଉଥିବା ଲୋକ କଳା ତଥା ପାଇକ ଆଖଡ଼ା, ଭାରତ ଲୀଳା, ପ୍ରହଲ୍ଲାଦ ନାଟକ, ସଖି ନାଟକ,କୃଷ୍ଣ ଲୀଳା ଓ ଦାସକାଠିଆ ଇତ୍ୟାଦି ବିଭିନ୍ନ ଲୋକ କଳା ଓ ସଂସ୍କୃତିର ପୁନରୁଦ୍ଧାର କିପରି କରାଯାଇପାରିବ ସେ ସଂପର୍କରେ ମଧ୍ଯ ଆଲୋଚନା କରାଯାଇଛି। ପ୍ରଥମେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମସ୍ତଙ୍କୁ ସ୍ଵାଗତ ପ୍ରଦାନ କରିବା ସହିତ ସଂସ୍କୃତି ବିଭାଗର ପ୍ରଥମ ବୈଠକର ଉଦ୍ଦେଶ୍ୟ ଜ୍ଞାପନ ଓ ସମ୍ୟକ ସୂଚନା ପ୍ରଦାନ କରିଥିଲେ।

ଏହି ବୈଠକରେ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ,ସଦସ୍ୟାର ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଶ୍ରୀ ଗୁରୁ ରଘୁନାଥ ପାତ୍ର, ଶ୍ରୀମତୀ ଆଶାଲତା ପାଣିଗ୍ରାହି, ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା, ଶ୍ରୀ ବିନଦ କୁମାର ଜେନା, ଶ୍ରୀ ଭାରତ ଭୂଷଣ ମହାନ୍ତି, ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରଥ, ଶ୍ରୀ ରାଜେନ୍ଦ୍ର କୁମାର ରଥ, ଶ୍ରୀ ମନୋଜ କୁମାର ପାଢୀ,ଶ୍ରୀ ଆଦର୍ଶ ଦାଶ ଓ ଶ୍ରୀ ଗଣେଷ କୁମାର ରାଜୁ ସମେତ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.