April 26, 2026

ଉମରକୋଟ ବନ ବିଭାଗ କର୍ମଚାରୀଙ୍କ ଘରେ କଳାକନା ବୁଲେଇଲେ ଚୋର……..

IMG-20240904-WA0008
Share

,

ଉମରକୋଟ(ଏମ୍.ଦିନା°ଶୁ ଆଚାରୀ) ଗୋଟିଏ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ମହିଳା ଙ୍କ ଘରୁ ଚୋରି।

ଦିନକୁ ଦିନ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଚୋର ଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି, ଯାହା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ପୋଲିସ କୁ ଚାଲେଞ୍ଜ ଦେଉଛନ୍ତି ଚୋର ମାନେ। କେତେବେଳେ ଡେଲିଭେରି ବୟ ସାଜୁଛନ୍ତି ତ କେତେବେଳେ କେହି ଘରେ ନଥିବାର ସୁଯୋଗ ନେଇ ଚୋରି କରୁଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ପୈାର ପରିଷଦରେ। ଘରୁ ଚୋରି ହୋଇଥିବା ଦୁଇ ମହିଳା ହେଲେ ଉମରକୋଟ ଫରେଷ୍ଟର ଜଶ୍ମି ରାଣୀ କିଶକ ଓ ଫରେଷ୍ଟ ଗାର୍ଡ ଶ୍ରୀମତୀ ଦିଶାରୀ। ଏ ଦୁହେଁ ସରକାରୀ ବାସଭବନରେ ରୁହନ୍ତି।ଏନେଇ ଦୁହେଁ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ମିଳିଥିବା ସୂଚନା ଅନୁସାରେ ଜଶ୍ମି ଓ ଶ୍ରୀମତୀ ଦୁହେଁ ମିଶି ରବିବାର ଦିନ ସଂଧ୍ୟା ସାଢ଼େ ସାତଟା ସମୟରେ ଘରେ ତାଲା ପକାଇ ମାର୍କେଟରୁ ସଉଦା କିଣିବାକୁ ଯାଇଥିଲେ। ମାର୍କେଟ ରୁ ସଉଦା କିଣି ପ୍ରାୟ ଏକ ଘଣ୍ଟା ପରେ ଘରକୁ ଫେରିଥିଲେ। ପ୍ରଥମେ ଜଶ୍ମି ଘରକୁ ଆସି ଦେଖିଲା ବେଳକୁ ଜଶ୍ମି ଘର ତାଲା ଭାଙ୍ଗି ତଳେ ପଡ଼ିଛି। ଦୁହେଁ ମିଶି ଘର ଭିତରକୁ ପଶିଥିଲେ। ଦୁହେଁ ଦେଖିଲେ ଜଶ୍ମି ଙ୍କ ଆଲମାରୀ ଖୋଲା ପଡିଛି ଓ ଲୁଗା ପଟା ଗୁଡିକ ବିଛାଡି ହୋଇପଡିଛି। ଏହା ଦେଖି ଜଶ୍ମି ଙ୍କ ପାଦ ତଳୁ ମାଟି ଖସିଗଲା। ଶ୍ରୀମତୀ ନିଜ ଘରକୁ ଫେରି ଦେଖିଲେ ସମାନ ଅବସ୍ଥା। ଶ୍ରୀମତୀ ଘରୁ ମଧ୍ୟ ତାଲା ଭାଙ୍ଗି ଆଲମାରୀ ଖୋଲି ଲୁଗାପଟା ଗୁଡିକ ଏଣେତେଣେ ଫୋପାଡି ଦେଇଥିଲେ। ଘରର ଅବସ୍ଥା ଦେଖି ଶ୍ରୀମତୀ ଫୋନ ଯୋଗେ ଜଶ୍ମି ଙ୍କୁ ଜଣାଇଥିଲେ। ପରେ ଦୁହେଁ ମିଶି ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏନେଇ ଦୁହେଁ ମିଶି ଲିଖିତ ଅଭିଯୋଗ କରିଥିଲେ। ଜଶ୍ମି ଙ୍କର ତିନି ଖଣ୍ଡ ପାଟ ଶାଢ଼ୀ , ଭଲ ଶାଢ଼ୀ ଆଠ ଖଣ୍ଡ, ସୁନାର କାନ ଫୁଲ ଓ ନାକ ଫୁଲ(ନାକ ଡଣ୍ଡି)।ସୁନା ଯାହାର ଦାମ ପାଖାପାଖି ୭୦ ହଜାର ହେବ ଓ ନଗଦ ୧୫ ହଜାର ଟଙ୍କା ଚୋରି କରି ନେଇଛନ୍ତି। ଠିକ ସେହିପରି ଶ୍ରୀମତୀ ଙ୍କ ଘରୁ ପାଟ ଶାଢ଼ୀ ତିନି ଖଣ୍ଡ, ଶାଢ଼ୀ ପାଞ୍ଚ ଖଣ୍ଡ, ଡ୍ରେସ ପାଞ୍ଚ ଖଣ୍ଡ ରୂପା ପାଉଁଜି ୨ ହଳ ,ହୁଣ୍ଡି ଭାଙ୍ଗି ହୁଣ୍ଡିରେ ଥିବା ଟଙ୍କା ପାଖାପାଖି ୧୦ ହଜାର ଟଙ୍କା ଚୋରି କରି ନେଇଛନ୍ତି।ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ କହିଛନ୍ତି। ଖୁବଶୀଘ୍ର ଚୋର ମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।