August 26, 2026

ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଟାନ ଠାରେ ନୂତନ ଅଧ୍ୟକ୍ଷ ଙ୍କ ଯୋଗଦାନ………

IMG-20240902-WA0033
Share

 

ଉମରକୋଟ,

ଉମରକୋଟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଟାନ ଠାରେ ନୂତନ ଅଧ୍ୟକ୍ଷ ଭାବେ ଶ୍ରୀ ସଞ୍ଜୟ କୁମାର ଠାକୁର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି କ୍ରମରେ ଅନୁଷ୍ଟାନର ଟ୍ରେନିଙ୍ଗ ଅଫିସର ଶ୍ରୀ ପ୍ରଦୀପ କୁମାର ବର୍ମନ ଏବଂ ସୁଶାନ୍ତ କୁମାର ଡାକୁଆ ଓ ବରିଷ୍ଠ ପ୍ରଶିକ୍ଷକ ସୈରଭ ମିଶ୍ର ପ୍ରମୁଖ ଷୁଷ୍ପ ସହ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଏ.ଟି.ଓ ସମରେନ୍ଦ୍ର ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଠାକୁର ଅନୁଷ୍ଠାନ କୁ କିଭଳି ଆଗାମୀ ଦିନରେ ଆଗକୁ ନିଆଯିବ ଏବଂ ଶିକ୍ଷା କ୍ଷେତ୍ରରେ ନୂତନ ସଂସ୍କାର ଅଣାଯାଇ ପାରିବ ସେନେଇ ଛାତ୍ରଛାତ୍ରୀ ମାନଙ୍କୁ କୁଶଳୀ କରାଯାଇପାରିବ ସେ ଦିଗରେ ସମସ୍ତ କର୍ମଚାରୀ କାମ କରିବା ପାଇଁ ଆହ୍ଵାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୋଷ ମହାପାତ୍ର ,ସୁରଜ ସାମନ୍ତ ସିଂହାର, ଆଶିଷ କୁମାର ନାୟକ , ଜାନୁରମ ସୋରେନ, ସିଂରାଇ , ଦିପ୍ତିମୟୀ ସିଂହାରୀ , ବାଲିଜୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଶେଷରେ ଟ୍ରେନିଙ୍ଗ ଅଫିସର ପ୍ରଦୀପ କୁମାର ବର୍ମନ ଧନ୍ୟବାଦ ଅର୍ପଣ କରିଥିଲେ।। (ଏମ୍.ଦିନା°ଶୁ ଆଚାରୀ)

You may have missed