September 21, 2024

ଗଜପତି:- ପିଏମ- ଜନମନ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Share

 

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ରୁଡେଇ ଏଵଂ ବନ୍ତିଲଡ଼ା ଗ୍ରାମ ଠାରେ ପିଏମ: ଜନମନ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମରେ ଜନ ସାଧାରଣଙ୍କ ମୌଳିକ ସୁବିଧା ବିଷୟରେ ସଚେତନତା କରା ଯାଇଥିଲା । କାର୍ଯ୍ୟକ୍ରମରେ ଅଜୟଗଡ ପଞ୍ଚାୟତର ନାଇବ ସରପଞ୍ଚ ଶ୍ରୀ ଲକ୍ଷ୍ମଣ କାର୍ଜୀ , ବନ୍ତିଲଡ଼ା ୱାର୍ଡ ମେମ୍ଵର ଶ୍ରୀ କନ୍ତିଲି ଭୂୟାଁ ଏବଂ ଗୁମ୍ମା ବିଡ଼ିଓ: ଶ୍ରୀ ଆକାଶ କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଆକାଶ କୁମାର ଦିଗାଲ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ନିକଟରେ ପିଏମ: ଜନମନ ଯୋଜନାର ଆଭିମୁଖ୍ୟ ଓ ଲକ୍ଷ୍ୟ ଏବଂ ଏହାଦ୍ଵାରା କିଭଳି ଗ୍ରାମବାସୀ ଉପକୃତ ହୋଇପାରିବେ , ସେ ସମ୍ପର୍କରେ ସଚେତନତା କରାଇଥିଲେ ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————