November 26, 2024

ନାରିକେଳରେ ବଳକା ବ୍ରହ୍ମଗିରି ଅଞ୍ଚଳର ରେ ନଡିଆ ଅଭାବ। 

Share

 

 

ରାତି ପାହିଲେ ଗଣେଶ ପୂଜା। ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଗଣେଶଙ୍କ ନିକଟରେ ନଡ଼ିଆ ବାଡେଇବେ ହେଲେ ବ୍ରହ୍ମଗିରି ଅଂଚଳରେ ନଡିଆ ଭୋଗ କରିବାକୁ ନଡିଆ ମିଳୁନି। ରତ୍ପାନୀ କରୁଥିବା ବ୍ରହ୍ମଗିରିରରେ ନଡିଆ ର ଅଭାବ।

କାହିଁକି ହେଲା ?

 

ଅବଶ୍ଯ ଫନୀ ଭାଙ୍ଗିଦେଲା କିଛି ଗଛ। ବାତ୍ଯାକୁ ଆମେ ଅଟକାଇ ପାରିବାନି। କିନ୍ତୁ ନୂଆ ଗଛ ରୋପଣ କରିଥାନ୍ତେ। ବ୍ରହ୍ମଗିରି ଅଛି ଦୁଇଟି ସରକାରୀ ନଡିଆ ଫାର୍ମ। ନଡିଆ ଚାଷର ଉନ୍ନତି ପ୍ରସାର ମୁଖ୍ଯ ଉଦ୍ଦେଶ୍ଯ। ଅର୍ଦ୍ଧ ବଂଶାଧିକ ନିୟମିତ ସରକାରୀ ବାବୁଙ୍କ ସହିତ ଅର୍ଦ୍ଧଶତାଧିକ କର୍ମଚାରୀ କର୍ଯ୍ଯରତ। କୋଟିକୋଟି ଟଙ୍କାର ସରକାରୀ ଅନୁଦାନ ନଡିଆ ଚାଷର ବିକାଶ ପାଇଁ। ପୁଣି କାମ କରୁଛି କୋକୋନଟ ବୋର୍ଡ। ଦଲାଲଙ୍କ ସହ ମିଶି ନଡିଆ ଚାଷର ବିକାଶ ପାଇଁ ଆସୁଥିବା ଅର୍ଥ ବାଟମାରଣା କଲେ। କାଗଜ ପତ୍ରରେ ଲକ୍ଷଲକ୍ଷ ଚାରା ବାଣ୍ଟି ରୋପଣ କରି ପାଳନ କରିବା ନାମରେ ଲୁଟ ଚାଲିଲା। ବାସ୍ତବରେ ଗଛ ଲାଗିଲାନି। ରୋଗ ପୋକ କିଛି ଆକ୍ରାନ୍ତରେ ଅନେକ ଫଳନ୍ତି ଗଛ ଦୁର୍ବଳ ରୋଗୀଣା ଫଳହୀନ ହେଲା। ସରକାରୀ ବାବୁମାନେ ପୁରୀ ଭୁବନେଶ୍ଵରରେ କାଗଜ ପତ୍ରରେ ନଡିଆଚାଷ କରି ଅୟସ କଲେ। ରାଜନେତା ପ୍ରତିନିଧି ଛୋଟ ସ୍ବାର୍ଥ ପାଇଁ ଖୁସି। ଯଦି ଟିକିଏ ସଚେତନ ରହିଥାନ୍ତେ ନଡିଆ ଚାଷରେ ଆଗରେ ଥିବା ବ୍ରହ୍ମଗିରିରେ ଆଜି କୋରାଭୋଗ କରିବାକୁ ନଡିଆ ନମିଳିବା କଥା ଆସିନଥାନ୍ତା।

 

ଆଉ ଏକ କଥା । କଛି କଛି ପୁରୁଣା ଗଛ ଅଛି ନଡିଆ ଫଳେ। ପର୍ଯ୍ଯଟକ ଭୁମି ପାଲଟିଛି ବ୍ରହ୍ମଗିରି। ଚିଲିକା ସାତପଡା ଶ୍ରୀଅଲାରନାଥ ଶ୍ରୀବାଲିହରଚଣ୍ଡି ଆଦି ପୀଠରେ ପର୍ଯ୍ଯଟକଙ୍କ ଗହଳି। କସି ନଡିଆ ପଇଡ ପାଣି ପିଇବା ଓ ସସ ଖାଇବା ପର୍ଯ୍ଯଟକଙ୍କ ଆଦର। ଭଲ ପ୍ରାପ୍ଯ ମିଳିଲା। ଗାଆଁ ବୁଲି ପଇଡ କାନ୍ଦି କିଣିନେଲେ ବେପାରି। ନଡିଆ ପାକଳ ହେବାର ସୁଯୋଗ ନାହିଁ। ପଇଡ ପିଇବା ଧନୀକ ସହରୀ ଲୋକଙ୍କ ସୌକ ହେଲାଣି। ନଡିଆର ଅଭାବ। ଏବେ ସଚେତନ ହେବା। କଣ କରିବାକୁ ହେବ ଚିନ୍ତା କରିବା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed