March 12, 2026

ଦହିଗାଁ ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ 

IMG-20240901-WA0030
Share

 

 

ପଦ୍ମପୁର :(ଜୟନ୍ତ କୁମାର ସେଠ)ପଦ୍ମପୁର ଉପଖଣ୍ଡ ଦହିଗାଁ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ପରିସର ମଧ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧିତ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଗୋଷ୍ଠି ସ୍ଵlସ୍ଥ ଅଧିକାରୀ ଶ୍ରୀ ଅମିତାବ ସେଠ ଙ୍କ ସଭାପତିତ୍ୱ ରେ ANM ଲୀଳାବତୀ ବରିହା, ଆଶା ବିଷ୍ଣୁପିୟା ସାହୁ ସ୍ବାସ୍ଥ୍ୟରକ୍ଷା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ ଏବଂ ସ୍ୱାସ୍ଥ ଉପକେନ୍ଦ୍ର ରେ ଉପଲବ୍ଧ 12ଟି ସେବା ବିଷୟରେ ଆଲୋଚନା କରାଯାଇଥିଲା l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସମସ୍ତ କାର୍ଯ୍ୟରେ ଶ୍ରୀ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ଓ ଶେଷରେ କମ୍ୟୁନିଟୀ ସ୍ବାସ୍ଥ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଜଶୋବନ୍ତି ଡନସନା, ମଧୁମିତା ବିଶ୍ୱାଳ, ସୁମିତ୍ରା ପ୍ରଧାନ କୁ କୁଇଜ ପ୍ରତିଯୋଗିତାରେ ପୁରସ୍କୃତ କରାଯାଇଥିଲା l