ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ବିୟୋଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଶୋକ
ସମ୍ବଲପୁର, ତା. ୦୧.୦୯: ସମ୍ବଲପୁରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ୱିନୀ ଗୁରୁଙ୍କ ବିୟୋଗରେ ରେଢ଼ାଖୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସେ କହିଛନ୍ତି ଯେ, ଜଣେ କଂଗ୍ରେସ ନେତା ଭାବେ ସ୍ବର୍ଗତ ଗୁରୁଙ୍କ , ମିଷ୍ଟଭାଷl, ସମାଜସେବl ଓ ପରୋପକାରୀ ଚିନ୍ତାଧାରା ପାଇଁ ସେ ସମସ୍ତଙ୍କର ପ୍ରିୟ ଭାଜନ ଥିଲେl ତାଙ୍କ ଦୀର୍ଘ ରାଜନୈତିକ ଯାତ୍ରା ଏକ ମଧୁମୟ ସମୟ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି l ଅମର ଆତ୍ମା ର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଶ୍ରୀ ଆଚାର୍ଯ୍ୟ ଗଭୀର ସମବେଦନା ଜଣାଇଛନ୍ତି।