November 26, 2024

ବିଜୟଚାନ୍ଦ ସଂସ୍କୃତ ମହା ବିଦ୍ୟାଳୟ ନୂତନ ଶ୍ରେଣୀ ଗୃହର ଶିଳାନ୍ୟାସ କଲେ ଶିଳ୍ପ ମନ୍ତ୍ରୀ..

Share

କୁଜଙ୍ଗ ୧୨/୦୮ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଜୟଚାନ୍ଦ ସଂସ୍କୃତ ମହା ବିଦ୍ୟାଳୟରେ ଶ୍ରେଣୀ ଗୃହର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ଶିଳ୍ପ ମନ୍ତ୍ରୀ।କୁଜଙ୍ଗ ବ୍ଲକ୍ ଗୋପିଆକୁଦ ପଞ୍ଚାୟତ ସ୍ଥିତ ସମାଗୋଳ ଠାରେ ଥିବା ବିଜୟଚାନ୍ଦ ସଂସ୍କୃତ ମହା ବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ , ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ।ତେବେ ଏହି କାର୍ଯ୍ୟକ୍ରମଟି ଗୋପିଆକୁଦ ପଞ୍ଚାୟତର ସମାଜସେବୀ ଶୁଭାଶିଷ ନନ୍ଦ ଙ୍କ ନେତୃତ୍ଵରେ ହେଇଥିବା ବେଳେ ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଶ୍ରୀନିବାସ ସ୍ଵାଇଁ ସରପଂଚ ଗୋପିଆକୁଦ,କୁଜଙ୍ଗ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଦ୍ଵିପକ ପ୍ରସାଦ ସ୍ବାଇଁ, ଶ୍ରୀଯୁକ୍ତ ପ୍ରତାପ କୁମାର ମହାପାତ୍ର ଅଧକ୍ଷ ବିଜୟଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ, ହେମନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।ମାତ୍ର ନୂତନ ଶ୍ରେଣୀ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନକୁ ଶୁଭ ଉଦ୍ଘାଟନ କରିଥିବା ବେଳେ ଶିକ୍ଷା ଉପରେ ଧ୍ୟାନ ଦେବା ସହ କେନ୍ଦ୍ରିତ କରିବା ନୂଆ ସଂକଳ୍ପ ଓ ନୂଆ ସିଦ୍ଧି ନେଇ ଆଗକୁ ବଢ଼ିବାକୁ ପ୍ରୟାସ ଜାରି ରଖିବା ପାଇଁ ମହାବିଦ୍ୟାଳୟ ପରିବେଶକୁ ସ୍ଵଛତା ସବୁଜ ସୁନ୍ଦର କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ଵାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶିବ ଚରଣ ସାମଲ, ଶ୍ରୀନାଥ ସ୍ଵାଇଁ, ଦୀନବନ୍ଧୁ ନାୟକ, ଅଲେଖ ନନ୍ଦ ଦିଲ୍ଲୀପ ସେଣ, ମନୋରଞ୍ଜନ ମହାନ୍ତି ପ୍ରମୋଦ ମୋହନ୍ତି, ନେତ୍ରାନନ୍ଦ ମହାନ୍ତି ,ଦିଲ୍ଲୀପ ବେହେରା , ତପନ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ। (ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed