June 29, 2026

ବୁଦୁରା ବାଲିଘାଟ ସୀମା ନିର୍ଦ୍ଧାରଣ ଖୁବ ଶୀଘ୍ର – କାଶୀନଗର ତହସିଲଦାର

IMG-20240831-WA0014
Share

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ଗ୍ରାମ ଠାରେ ଥିବା ବାଲିଘାଟ ନିଲାମ ହେବା ପରେ ସେଠାରୁ ବାଲି ଉଠାଣ ହେଉଥିଲା କିନ୍ତୁ ଗତ କିଛି ଦିନ ହେଲା ସେଠାରୁ ଆଉ ବାଲି ଉଠାଣ ହେଇ
ପାରୁନାହିଁ। ଆମ ପ୍ରତିନିଧି ଖବର ସଂଗ୍ରହ ସମୟରେ ପାଇଥିବା ସୂଚନା ଅନୁସାରେ ଏହି ବାଲିଘାଟ ବଂଶଧାରା ନଦୀର ଆର ପଟ ରହିଛି। ବାଲିଘାଟ ରହିଥିବା ସ୍ଥାନ ଆନ୍ଧ୍ର ଓଡିଶା ସୀମାନ୍ତ ରେ ଥିବାରୁ ଆନ୍ଧ୍ର ପ୍ରଦେଶର ବାଲିଘାଟ
ସୀମାନ୍ତରେ ଥିବା ଗ୍ରାମର କିଛି ଗ୍ରାମବାସୀ ଓ ସେଠାକାର ପ୍ରଶାସନ ବାଲି ଉଠାଇବାକୁ ବାରଣ କରି ବାଲି ରେମ୍ପ ଗୁଡ଼ିକୁ ବନ୍ଦ କରି ଦେଇଥିଲେ। ନିଲାମ ଧାରି କାଶୀନଗର ତହସିଲଦାର ଙ୍କ ସହିତ ଏହି ବିଷୟରେ ଅବଗତ କରିବାରୁ ଗଜପତି ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ସ୍ଥାନୀୟ ତହସିଲଦାର ଅଶୋକ କୁମାର ପ୍ରଧାନ , ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ ଓ କାଶୀନଗର ଥାନା ଅଧିକାରୀ ସୁନୀଲ କୁମାର ବେହେରା ସେହି ବାଲିଘାଟ ନିକଟରେ ପହଂଚି ସ୍ଥିତି ପରଖି ସେଠାକାର ଆନ୍ଧ୍ରର ଅଧିକାରୀ ମାନଙ୍କ ସହ ଆଲୋଚନା କରି
ବାଲିଘାଟ ଥିବା ସ୍ଥାନର ଡକୁମେଣ୍ଟକୁ ଯାଞ୍ଚ କରିବା ସମୟରେ ଆନ୍ଧ୍ର ଅଧିକାରୀ ଙ୍କ ନିକଟରେ ସେମିତି କିଛି ସେମାନଂକୁ ସୁହେଇଲା ଭଳି ଡକୁମେଣ୍ଟ ସେମାନେ ଦେଖେଇ ପାରି ନ ଥିଲେ ବୋଲି ସ୍ଥାନୀୟ ତହସିଲଦାର ଶ୍ରୀ ପ୍ରଧାନ କହି ଏହି ବାଲି ଘାଟର ଅନ୍ୟ ସବୁ କାଗଜ ପତ୍ର ଖୁବ ଶୀଘ୍ର ବ୍ରହ୍ମପୁର ସ୍ଥିତ ଆର ଡି ସି କାର୍ଯାଳୟ ରୁ ଆଣି ସୀମା ନିର୍ଧାରଣ କରାଯିବ ବୋଲି ମଧ୍ୟ କହିଥିଲେ। ପ୍ରକାଶ ଥାଉ କି ଯେତେବେଳେ 1980 ମସିହା ରେ ବଂଶଧାରା ନଦୀରେ ହୋଇଥିବା ମହା
ପ୍ରଳୟଙ୍କରି ବନ୍ୟା ରେ କାଶୀନଗର ଠାରେ ନଦୀର ସ୍ରୋତ ଦିଗ ପରିବର୍ତନ କରିଥିବାରୁ ଏଭଳି ସମସ୍ୟା ଉପୁଜୁଛି ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳୁଛି। ଉଭୟ ରାଜ୍ୟ ମଝିରେ ବର୍ତମାନ ଏହି ବଂଶଧାରା ନଦୀ ପ୍ରବାହିତ ହୋଇ ଥିବାରୁ ନଦୀ ଆର ପଟ ଥିବା ଜମି, ଆମ୍ବ ତୋଟା, କାଜୁ ତୋଟା ସବୁ ଓଡିଶା ର ହୋଇ ଥିଲେ ସୁଦ୍ଧା ଏସବୁ ଆନ୍ଧ୍ର ମାଡି ବସି ଉପଭୋଗ କରୁଥିବା କିଛି ପୀଡିତ ବ୍ୟକ୍ତି ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି।ସେଥିପାଇଁ ଉଭୟ ରାଷ୍ଟ୍ରର ସୀମା ନିର୍ଧାରଣ ହୋଇ ଗଲେ ସମସ୍ୟା ର ସମାଧାନ ହୋଇପାରିବ ସାଧାରଣରେ ଆଲୋଚନା ହେଉଛି।

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ

You may have missed