June 29, 2026

ହାପୀ ମୁମେଣ୍ଟ ଇଣ୍ଡିଆ ର ଏକଦିବସୀୟ ନାଗରିକ ସମ୍ମାନ ସମାରୋହ,  ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ସମ୍ମାନିତ ..

IMG-20240831-WA0009
Share

 

ଅସ୍ତରଙ୍ଗ,,ରାଉରକେଲା ର ହାପି ମୁମେଣ୍ଟ ଇଣ୍ଡିଆ ତରଫରୁ ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଏକ ଦିବସୀୟ ଜାତୀୟ ନାଗରିକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସମାରୋହ କୁ ପ୍ରଦୀପ ପ୍ରଜୋଳନ ପୂର୍ବକ ଉଦ୍ଘାଟନ କରିଥିଲେ ପଦ୍ମଶ୍ରୀ ପ୍ରଭାକର ମହାରଣା,ବିଧାୟକ ଅନନ୍ତ ନାରାୟଣ ଜେନା,କବି ସଙ୍କର ପରିଡ଼ା,ସି ଭି ରମଣ ଅନୁଷ୍ଠାନର ପରାମର୍ଶ ଦାତା ସୁନିଲ ଷଡ଼ଙ୍ଗୀ,ଓ ବ୍ୟଙ୍ଗ କବି ସମ୍ପଦ ରଥ ପ୍ରମୁଖ,। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମାରୋହ ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୨୦୦ ପ୍ରତିନିଧି ଯୋଗଦାନ କରିଥିଲେ । ଅତିଥି ମାନେ,ଶ୍ରୀଯୁକ୍ତ ପଣ୍ଡାଙ୍କର ସମାଜ ସେବା,ସାହିତ୍ୟ ଓ ସଂସ୍କୃତି ର ପ୍ରଚାର,ପ୍ରସାର, ଭଳି କାର୍ଯ୍ୟକ୍ରମ ହାତକୁ ନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ, ବିଭିନ୍ନ କାର୍ଯ୍ୟକ୍ରମ କରିବା ଓ ଗରିବ ଦୁଃଖୀ ରଙ୍କି ମାନଙ୍କର ସେବା ସହ ସାହାଯ୍ୟ ଓ ସହଯୋଗ ର ହାତ ବଢ଼େଇବା ଆଦି ଉପରେ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ସମାରୋହରେ ମାଲଖମ୍ବ ନୃତ୍ୟ,ଓଡ଼ିଶୀ ନୃତ୍ୟ ସହ,ବିଭିନ୍ନ ପ୍ରକାର ନୃତ୍ୟ ଓ ଗୀତ ମଧ୍ୟ ପରିବେଷଣ କରା ଯାଇଥିଲା । ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ କ୍ଷେତ୍ରରେ୧୯୮୦ ମସିହାରୁ ଅଦ୍ୟାବଧି କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ ଙ୍କୁ ମାନପତ୍ର, ଶିଲ ଉତ୍ତରୀୟ ଆଦି ଦିଆଯାଇ ବରିଷ୍ଠ ସାମ୍ବାଦିକ ଭାବେ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ ପୁଷ୍ପଲତା ବେହେରା,କୃଷ୍ଣ ଚନ୍ଦ୍ର ବିଶ୍ଵାଳ,ସୁକାନ୍ତ ଚରଣ ଖୁଣ୍ଟିଆ,ତନୁଜା ଶତପଥୀ,ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୭୦ ପ୍ରତିଭା ଙ୍କୁ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲା।

You may have missed