ପୁରୀ ରେ ନିଖୋଜ ଉମରକୋଟ ର ଗଜେନ୍ଦ୍ର ୧୭ ଦିନ ପରେ ଘର କୁ ଫେରିଲେ ……
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଦୀର୍ଘ ୧୭ ଦିନ ପରେ ପୁରୀ ରେ ନିଖୋଜ ହେଇ ଯାଇଥିବା ଜଗେନ୍ଦ୍ର ରାଉତ ଆଜି ନିଜ ଘର କୁ ଫେରିଛନ୍ତି। ଉଲ୍ଲେଖ ଯୋଗ୍ୟ ଏହି କି ଯେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲପଦର ଗ୍ରାମ ର ପ୍ରାୟ ୫୦ ଜଣ ମହିଳା ଓ ପୁରୁଷ ଜଳାଭିଷେକ କରିବା ପାଇଁ ଭୁବନେଶ୍ବର ଲିଙ୍ଗ ରାଜ ମନ୍ଦିର କୁ ଯାଇ ଥିଲେ। ଏମାନେ ଏକ ବସ ଭଡା କରି ୧୦ ଅଗଷ୍ଟ ରାତି ନିଜ ଗାଁ ରୁ ବାହାରି ଥିଲେ। ୧୧ ତାରିଖ ଦିନ ଲିଙ୍ଗରାଜ ମନ୍ଦିର ପ୍ରଭୁ ଙ୍କୁ ପାଣି ପକାଇ ସେହି ଦିନ ପୁରୀ ଯାଇଥିଲେ ବୁଲିବା ପାଇଁ। କିନ୍ତୁ ହଠାତ ୧୨ତାରିଖ ଦିନ ଯଜେନ୍ଦ୍ର ରାଉତ ବାଟ ଭୁଲି ନିଖୋଜ ହେଇ ଯାଇଥିଲେ। ୧୨ ତାରିଖ ଦିନ ରାତି ଖୋଜା ଖୋଜି କରିବା ପରେ ଯଗେନ୍ଦ୍ରନ ର କୌଣସି ସନ୍ଧାନ ନ ମିଳିବ। ପରେ ୧୩ ତାରିଖ ଦିନ ପୁରି ସମୁଦ୍ର କୂଳ ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲା। ୨ ଜଣ ଗ୍ରାମ ର ବ୍ୟକ୍ତି ଖୋଜାଖୋଜି ପାଇଁ ରହି ଯାଇଥିବା ବେଳେ ଅନ୍ୟ ସମସ୍ତେ ନିଜ ଗାଁ କୁ ଫେରି ଆସି ଯାଇଥିଲେ। ପୁଣି ୪ଜଣ ଖୋଜାଖୋଜି ପାଇଁ ପୁଣି ପୁରୀ ଯାଇଥିଲେ ହେଁ କୌଣସି ଖବର ମିଳିନଥିଲା। ତେବେ ଆଜି ସକାଳେ ଜଗେନ୍ଦ୍ର ଏକ ଘରୋଇ ବସ ରେ ଘର କୁ ଫେରି ଆସିଛନ୍ତି। ଯଗେନ୍ଦ୍ର ଙ୍କ କହିବା କଥା ହେଲା ସେ ବାଟ ଭୁଲି ଯାଇ ପୁରୀ ନିକଟସ୍ତ କଲ୍ୟାଣ ପୁର କୁ ଚାଲି ଚାଲି ପଳାଇ ଥିଲେ। ଭୀଷଣ ଜ୍ଵର ଓ ନ ଖାଇ ସେଠାରେ ଏକ ବସ ଷ୍ଟାଣ୍ଡ ଠାରେ ମୂମିର୍ଷ ଅବସ୍ଥାରେ ପଡ଼ି ଥିବା ଦେଖି ସେଠାକାର କିଛି ବଦାନ୍ୟ ଲୋକେ ଟଙ୍କା ସଂଗ୍ରହ କରି ଖାଇବା କୁ ଦେବା ସହ ଚିକିତ୍ସା ନିମନ୍ତେ ହସ୍ପିଟାଲ କୁ ନେଇ ଯାଇଥିଲେ। ଏପରି କି ଗ୍ରାମ ବ।ସି ନୂଆ ପୋଷାକ କିଣି ଦେବା ସହ ଟଙ୍କା ଦେଇ ଏକ ଘରୋଇ ବସ ରେ ମଙ୍ଗଳବାର ଦିନ ବସାଇ ଦେଇଥିଲେ ଓ ସେ ସକାଳେ ଆସି ଘରେ ପହଂଚି ଯାଇ ଥିଲେ। ସାହାଯ୍ୟ କରିଥିବାରୁ ଜଗେନ୍ଦ୍ର କଲ୍ୟାଣ ପୁର ଗ୍ରାମବାସୀ ଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି। ନିଖୋଜ ହେବା ଦିନ ଠାରୁ ସମ୍ପୂର୍ଣ୍ଣ ଭାବେ ଦୁଃଖ ରେ ଭାଙ୍ଗି ପଡ଼ି ଯାଇଥିବା ସ୍ତ୍ରୀ, ଝିଅ ଓ ପୀତ। ମାତାଙ୍କ ମଧ୍ୟରେ ଆନନ୍ଦ ର ଲୋହରି ଖେଳି ଯାଇଛି।