June 26, 2026

ଉମରକୋଟ ରେ ପୁଣି ଚୋରି, ଚୋରି ବନ୍ଦ ହେବା ନା ଧରୁନି…….

IMG-20240828-WA0024
Share

 

 

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ)ଗତ କାଲି ରାତି ଉମରକୋଟରେ ପୁଣି ଏକ ଚୋରୀ ଘଟଣା ଘଟିଛି। ଫଳ ରେ ଉମରକୋଟ ରେ ଚୋରି ବନ୍ଦ ହେବା ନା ଧରୁନି। ଗତ କାଲି ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳା କନା ବୁଲାଇଛନ୍ତି ଚୋର ମାନେ। ସୂଚନା ଅନୁଯାଇ ଉମରକୋଟ ପୌର ପରିଷଦ ଅଧୀନ ୧୪ ନମ୍ବର ୱାର୍ଡ ସ୍ଥିତ ବନ୍ଧ ନିକଟରେ ବସ ବାସ କରୁଥିବା ପ୍ରକାଶ ପରିଛା ଙ୍କ ଘରୁ ନଗଦ ୨୪ ହଜାର ଟଙ୍କା, ସୁନା ମୁଦି, ଦୁଇଟି ଗ୍ୟାସ ସିଲିଣ୍ଡର ଓ ନୂଆ ପୁରୁଣା କିଛି ଶାଢ଼ୀ ଚୋରି ହୋଇଥିବା ନେଇ ଉମରକୋଟ ଥାନାରେ ଅଭିଯୋଗ ହୋଇଛି।ପ୍ରକାଶ ପରିଛା ଉମରକୋଟ ନିକଟସ୍ଥ ଏକ ଗାଁ ରେ ରହୁଥିଲେ ଏବଂ ଗତକାଲି ଜନ୍ମାଷ୍ଟମୀ ଅବସର ରେ ପ୍ରକାଶ ସ୍ତ୍ରୀ ନିକଟସ୍ଥ ଜଣଙ୍କ ଘରେ ଜାଗର କରିବା ପାଇଁ ଯାଇ ଥିବା ଅବସ୍ଥା ରେ ଏହାର ସୁଯୋଗ ନେଇ ଚୋର ମାନେ ଘରେ ଚୋରି କରି ଦେଇଛନ୍ତି। ପ୍ରକାଶ ଜଣେ ନିହାତି ଗରିବ ଶ୍ରେଣୀର ଫେରି କାମ କରି ପରିବାର ପୋଷଣ କରୁଥିଲେ। ଉମରକୋଟ ଥାନାରେ ଚୋରି କୁ ନେଇ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳକୁ ତଦନ୍ତ କରି ଫେରି ଯାଇଛି। ସହର ରେ ନିୟମିତ ବ୍ୟବଧାନ ରେ ଛଟ ବଡ ଚୋରି ଘଟଣା ଘଟି ଚାଲି ଥିବା ବେଳେ ଉମରକୋଟ ପୋଲିସ କୌଣସି ଚୋରି ଘଟଣା ରେ ଉଲ୍ହେଖନୀୟ ସଫଳତା ପାଇ ପାରୁନି। ଫଳ ରେ ଚୋର ମାନଙ୍କ ଚୋରି କରିବାକୁ ସାହାସ ବଡି ଯାଉ ଥିବା ସହର ରେ ଲୋକ ଙ୍କ ମଧ୍ୟ ରେ ଚର୍ଚା ହେଉଛି । ତୁରନ୍ତ ଉମରକୋଟ ପୋଲିସ ଚୋରୀ କୁ ରୋକିବା ପାଇଁ ଠୋସ ପଦକ୍ଷେପ ନେବା ପାଇଁ ସହର ବାସୀ ଦାବି କରିଚନ୍ତି।