ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର……….

IMG-20240822-WA0061
Share

ନବରଙ୍ଗପୁର:-୨୨/୦୮/୨୦୨୪

(ଏମ୍.ଦିନାଶୁ ଆଚାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଓଡିଶା ଆଦର୍ଶ ବିଦ୍ୟାଳୟ, ନବରଙ୍ଗପୁର ପ୍ରାଙ୍ଗଣରେ “ ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କୁ ପୁର୍ନବାର ନାମ ଲେଖେଇବା ପାଇଁ ଓ ଶିଶୁ ସୁରକ୍ଷା ଆଇନ ଓ ଶିକ୍ଷା ଅଧିକାର ଆଇନ ଏବଂ ପୋକସୋ ଆଇନ” କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଧାରୁ ପାଠ ଛାଡିଥିବା ଶିଶୁ ମାନଙ୍କୁ ପୁର୍ନବାର ନାମ ଲେଖେଇବା ପାଇଁ ଓ ପୋକସୋ ଆଇନ ବିଷୟରେ ଆଲୋକପାତ କରିଥିଲେ। ଶ୍ରୀମତୀ କିଶୋରୀ ପଟ୍ଟନାୟକ ତାଲିକାଭୁକ୍ତ ଆଇନଜୀବି ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଏବଂ ଅଧିକାର ଆଇନ ବିଷୟରେ ଆଲୋକପାତ କରିଥିଲେ, ଜିଲ୍ଲା ଉନୟନ ଅଧିକାରୀ ସମଗ୍ର ଶିକ୍ଷା, ଡକ୍ଟର ପ୍ରଦୀପ୍ତ କୁମାର ଷଡଙ୍ଗୀ, ଅଧକ୍ଷ୍ୟ ଓଡିଶା ଆଦର୍ଶ ବିଦ୍ୟାଳୟ, ନବରଙ୍ଗପୁର ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।