November 15, 2024

ବିଭିନ୍ନ ଗ୍ରାମରେ ନାମ ସଂକୀର୍ତ୍ତିନ ଯଜ୍ଞ ଉଦଯାପିତ

Share

ବୁଗୁଡ଼ା : ତା ୦୯/୦୩/୨୩ : ପବିତ୍ର ହୋଲି ପର୍ବରେ ଭାମଶ୍ୟାଳି, ବି.ବ୍ରହ୍ମପୁର ଓ ବୁଗୁଡ଼ା ଆଦି ୩ଟି ଗ୍ରାମରେ ନାମ ସଂକୀର୍ତ୍ତିନ ଯଜ୍ଞ ଉଦଯାପିତ ହୋଇଯାଇଛି । ଗତ ୨ ତାରିଖରୁ ଭାମଶ୍ୟାଳି ଗ୍ରାମରେ ୪୮ ପ୍ରହର ଏବଂ ୫ ତାରିଖରୁ ବି.ବ୍ରହ୍ମପୁର ଓ ବୁଗୁଡ଼ା ବଡ଼ଦାଣ୍ଡରେ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇ ଶ୍ରଦ୍ଧାଳୁଙ୍କ ସମାବେଶ ସହ ହୋଲି ପର୍ବରେ ଶେଷ ହୋଇଯାଇଛି । ଉଦଯାପନ ଉତ୍ସବ ଦିନ ବାଦ୍ଯ ବାଜଣା ସହ ଦଧିଭାଣ୍ଡ ଭଞ୍ଜନ, ନଗର ଭ୍ରମଣ ପୂର୍ବକ ରାମ-କୃଷ୍ଣ ନାମ ସଂକୀର୍ତ୍ତିନ, ଫଗୁ ଖେଳ ଓ ଯମୁନା ସ୍ନାନ ସହ ଆନନ୍ଦ ଓ ଉଲ୍ଲାସରେ ପାଳନ କରାଯାଇଥିଲା । ଉକ୍ତ ନାମଯଜ୍ଞ ଗୁଡିକ ସଂପୃକ୍ତ ଗ୍ରାମର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।