April 29, 2026

ବୁଗୁଡ଼ାରେ ବିଶ୍ବ ମହିଳା ଦିବସ ପାଳିତ

8iyu9y9
Share

ବୁଗୁଡ଼ା : ତା ୦୯/୦୩/୨୩ : ସ୍ଥାନୀୟ ବଡଦାଣ୍ଡସ୍ଥିତ ପେଣ୍ଠଘର ଠାରେ କଳିଙ୍ଗ ବୈଶ୍ୟ ମହିଳା ସଂଘ-୨ ପକ୍ଷରୁ ୧୧୨ତମ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପେଣ୍ଠ ପୃଷ୍ଟି ଶେଷଦେବ ପାତ୍ର ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ
ଯୁବକ ସଂଘ ସଭାନେତ୍ରୀ ସନ୍ତୋଷିନୀ ପାତ୍ର , ସମ୍ପାଦିକା ଆରତୀ ପାତ୍ର , କୋଷାଧକ୍ଷା ସିଲକୀ ପାତ୍ର , ସଭାପତି ସୂର୍ଯ୍ୟକାନ୍ତ ସୁବୁଦ୍ଧି , ସମ୍ପାଦକ ରାକେଶ ସୁବୁଦ୍ଧି , ଉପଦେଷ୍ଟା ଦିଲ୍ଲୀପ ପାତ୍ର ପ୍ରମୁଖ ଯୋଗଦେଇ ବିଶ୍ବ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ଆଲୋକପାତ କରିବା ସହ ନାରୀ ଜନ୍ମ ଈଶ୍ବରଙ୍କ ପ୍ରଦତ୍ତ ଏକ ଅମୂଲ୍ୟ ସୃଷ୍ଟି ଏବଂ ସୁସ୍ଥ ସମାଜ ଗଠନରେ ପୁରୁଷର ନାରୀମାନଙ୍କ ପ୍ରତି ସମ୍ମାନ ବୋଧ ଏକ ପ୍ରଧାନ କାର୍ଯ୍ୟ ବୋଲି ମତ ପ୍ରକାଶ ପାଇଥିଲା । ଏ ଅବସରରେ ବକ୍ତୃତା, ନୃତ୍ୟ ଓ ସଙ୍ଗୀତ ଆଦି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ବାପୁଜୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed