କଡା ସୁରକ୍ଷା ମଧ୍ୟରେ ମାଟ୍ରିକ ଏସ୍ଏ-୨ ପରୀକ୍ଷା ପ୍ରଶ୍ନପତ୍ର
ବୁଗୁଡ଼ା : ତା ୦୯/୦୩/୨୩ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ(ଏସ୍ଏ-୨) ପରୀକ୍ଷା ମାର୍ଚ୍ଚ ୧୦ରୁ ୨୦ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ନୋଡାଲ ସେଣ୍ଟର ସ୍ଥାପନ କରାଯାଇ ୨୪ ଘଣ୍ଟିଆ ପୋଲିସ ପ୍ରହରା ସହ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରହିଥିବା ଜଣାଯାଇଛି । ବୁଗୁଡ଼ା ବ୍ଲକର ୧୦ଟି ପରୀକ୍ଷା କେନ୍ଦ୍ରରେ କିପରି ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ପହଞ୍ଚି ପାରିବ ସେନେଇ ନୋଡାଲ୍ ସେଣ୍ଟର ସୁପରିଟେଣ୍ଡେଣ୍ଟ୍ ଶଙ୍କର ଦାସ ଓ ଡେପୁଟି ସୁପରିଟେଣ୍ଡେଣ୍ଟ ବିପିନ କୁମାର ପାଢୀଙ୍କ ନେତୃତ୍ତ୍ଵରେ ବ୍ଯାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏସ୍ଏ-୧ ପରୀକ୍ଷାରେ ଯାହା ସବୁ ବ୍ଯବସ୍ଥା ଥିଲା ଏସ୍ଏ-୨ରେ ପରୀକ୍ଷାରେ ତାହା ଅପରିବର୍ତ୍ତିତ ରହିବ । ପ୍ରତି ବିଷୟରେ ଛାତ୍ରଛାତ୍ରୀ ୮୦ ମାର୍କ ବିଶିଷ୍ଟ ଏହି ପରୀକ୍ଷାରେ ୫୦ ମାର୍କ ଅବଜେକ୍ଟିଭ୍ ଓ ୩୦ ମାର୍କ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଦେବେ । ପିପୁଲ୍ସ ହାଇସ୍କୁଲ ନୋଡାଲ୍ ସେଣ୍ଟର ଅଧିନରେ ବାଲିପଦର ହାଇସ୍କୁଲ , ପଙ୍କଳବାଡି ଆର.ଏ. ହାଇସ୍କୁଲ , ତାଳସାକର ମହାମାୟୀ ହାଇସ୍କୁଲ , ବୁଗୁଡା ଏସ.ବି.ଏନ୍ ଗାର୍ଲ୍ସ ହାଇସ୍କୁଲ ଓ ପିପୁଲ୍ସ ହାଇସ୍କୁଲ , ବୀରଧନଞ୍ଜୟପୁର ବୁଦ୍ଧଗିରି ବିଦ୍ୟାପୀଠ , ବି.କରଡ଼ାବାଡ଼ି ଏସ୍.ଏ. ବିଦ୍ଯାପୀଠ , ମାଣିତରା ରିଜିଓନାଲ ହାଇସ୍କୁଲ , ପୋଚାଲୁଣ୍ଡି ଏମ୍.କେ.କେ.ହାଇସ୍କୁଲ , କରଚୁଲି ସକୁନ୍ତଳା ବିଦ୍ଯାପୀଠ ଆଦି ୧୦ଟି ପରୀକ୍ଷା କେନ୍ଦ୍ର ରହିଥିବା ଜଣାଯାଇଛି ।