June 18, 2026

ମୋହନା ରେ ୭୮ ତମ ସ୍ଵାଧୀନତା ଦିବସ ଆଡମ୍ବର ସହ ପାଳନ 

IMG-20240815-WA0016
Share

ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ ଆଡମ୍ବର ସହ ୭୮ ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ବାଲ୍ମୀନା ଅଧିକାରୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ର ଛାତ୍ରୀ ଏବଂ କର୍ମଚାରୀଙ୍କୁ କର୍ମଠ ହେବାକୁ ଉପଦେଶ ପ୍ରଦାନ କରିଥିଲେ। ଏହା ସଙ୍ଗେ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଉପସ୍ଥିତ ଥିବା ସମସ୍ତଙ୍କୁ ସ୍ଵାଧୀନତା ବଜାୟ ରଖିବା ନିମନ୍ତେ ମତ ପ୍ରକାଶ କରିଥିଲେ। ସେହିପରି ମୋହନା ଜୋର୍ଣାଲିଷ୍ଟ ୟୁନୀୟନ ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ତହସିଲଦାର ସତ୍ୟବାନ ନାୟକ ପତାକା ଉତ୍ତୋଳନ କରିଥିଲେ। ଏବଂ ଓକିଲ ସଂଘ ସଭାପତି ସନ୍ତୋଷ ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିର୍ମଳ ଭାବମୂର୍ତ୍ତି ରଖି କାର୍ଯ୍ୟ କରିବା ନିମନ୍ତେ ସାମ୍ବାଦିକ ମାନଙ୍କୁ ଉପଦେଶ ଦେଇଥିଲେ। ମୋହନା ବନ ବିଭାଗ କାର୍ଯ୍ୟାଳୟ ଠାରେ ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ପତାକା ଉତ୍ତୋଳନ କରିଥିବା ବେଳେ ମୋହନା ଥାନା ଠାରେ ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଏବଂ ସମସ୍ତ କାର୍ଯ୍ୟାଳୟ ଠାରେ ବିଭାଗୀୟ ମୁଖ୍ୟ ମାନେ ପତାକା ଉତ୍ତୋଳନ କରିଥିଲେ। ସେହିପରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଆଡମ୍ବର ସହ ଉତ୍ସବ ପାଳନ ଶେଷ ହୋଇଥିଲା।

You may have missed