ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗର ଆଲୋଚନା ଚକ୍ର
ବୁଗୁଡା : ତା ୧୪/୦୮/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ସମ୍ମିଳନୀ କକ୍ଷରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଇକ୍ୟୁଏସି ସହଯୋଗରେ ଶୀର୍ଷକ ” ପଲିଟିକାଲ୍ ପାର୍ଟିସ୍ ଆଣ୍ଡ୍ ଦି ଫ୍ଯୁଚର ଅଫ୍ ଇଣ୍ଡିଆନ୍ ଡେମୋକ୍ରାସି ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୋଧୁରୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଭାରତରେ ରାଜନୈତିକ ଦଳ ସମୂହର କ୍ରମିକ ଉତ୍ପତ୍ତିର ବିଶ୍ଲେଷଣ ସାଙ୍ଗକୁ ଭାରତୀୟ ଗଣତନ୍ତ୍ରର ଭବିଷ୍ୟତ ସମ୍ପର୍କେ ଆଲୋକପାତ କରିଥିଲେ । ଏଥି ସହ ଭାରତୀୟ ଗଣତନ୍ତ୍ରର ସାମ୍ପ୍ରତିକ ପ୍ରବୃତ୍ତି ଓ ରହିଥିବା ଆହ୍ବାନ ସହିତ ସମ୍ଭାବ୍ଯ ଭବିଷ୍ୟତ ସମ୍ପର୍କେ ସାର ଗର୍ଭକ ମତାମତ ବ୍ଯକ୍ତ କରିଥିଲେ । ବିଭାଗୀୟ ଶେଷ ବର୍ଷ ଛାତ୍ରୀ ଶିବାନୀ ରାଉତ ଓ ଛାତ୍ର ଶିବରାମ ଗୌଡ ଉକ୍ତ ପାଠଚକ୍ରର ଆଲୋଚ୍ଯ ବିଷୟ ସମ୍ବନ୍ଧିତ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ବରେଣ୍ୟ ମୁଖ୍ୟ ଅତିଥିଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଆଲୋଚନା ଚକ୍ରର ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଅଧ୍ଯାପକ ଅକ୍ଷୟ କୁମାର ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ଯାପକ ବିନୋଦ କୁମାର କର କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ ଓ ଅଧ୍ୟାପକ ଲୋକନାଥ ବେହେରା ବିବରଣୀ ପଠନ କରିଥିଲେ ଏବଂ ପରିଶେଷରେ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ ।