August 25, 2026

ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଆଠଜଣ କାଉଁସିଲର ହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ l

Share

ନିମାପଡା ପୌରାଧାକ୍ଷାଙ୍କ ବିରୋଧରେ ଆସିଲା ଅନାସ୍ଥା ପ୍ରସ୍ତାବ l ନିମାପଡା ରାଜନୀତି ବର୍ତମାନ ସରଗରମ l ଗଳିକନ୍ଦିରେ ଚାଲିଛି ଜୋରସୋର ଚର୍ଚ୍ଚା l ମ୍ୟୁନିସିପାଲିଟି ଅର୍ବାନ ଆଇନ ଅନୁଯାଇ ପ୍ରତି ମାସରେ ଗୋଟିଏ ବୈଠକ ହୋଇପାରିଲା ନାହିଁ l ସାଧାରଣତ ୯୦ଦିନ ଭିତରେ ବୈଠକ ହେବାର ବିଧିବଦ୍ଧ ରହିଛି l ପରୀତାପର ବିଷୟ ନିମାପଡା ବିଜ୍ଞାପିତ ଅଞ୍ଚଳରେ ଏହାର ବ୍ୟତିକ୍ରମ ବାରମ୍ବାର ଦେଖିବାକୁ ମିଳିଛି l ଅଧକ୍ଷଙ୍କର ଏଭଳି ମନମୁଖୀ କାର୍ଯ୍ୟକୁ ବିରୋଧକରି ନିମାପଡା ବିଜ୍ଞାପିତ ଅଞ୍ଚଳର ଉପାଧକ୍ଷ ସନ୍ତୋଷ କୁମାର ଦାଶ, କାଉଁସିଲର କବିତା ପ୍ରଧାନ, ଅନୁସୟା ପାଣି, ନିରଞ୍ଜନ ନାୟକ, ନିବେଦିତା ପଟ୍ଟନାୟକ,କବିତା ତରାଇ, ରଞ୍ଜିତା ପାତ୍ର, ରାଜକିଶୋର ସାହୁ ପ୍ରମୁଖ ପୁରୀ ଜିଲ୍ଲାପାଳଙ୍କ ବାସଭବନ ରେ ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ପାଇଁ ଦାବିପତ୍ର ଦେଇଛନ୍ତି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed