ସଡ଼କ ଦୁର୍ଘଟଣା ରେ ପ୍ରଧାନ ଶିକ୍ଷକ ଙ୍କ ମୃତ୍ୟୁ

hand
Share

କଳାହାଣ୍ଡି, କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଗୋଡ଼ଭଞ୍ଜl ଗ୍ରାମର ଶ୍ରୀଯୁକ୍ତ ଜୟଲାଲ ଦୁର୍ଗା ଙ୍କ ବାଇକ ଦୁର୍ଘଟଣା ରେ ମୃତ୍ୟୁ ବରଣ ହୋଇଛି l

ଶ୍ରୀଯୁକ୍ତ ଦୁର୍ଗା ସେମଲା ଗ୍ରାମରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ରତ ଥିଲେ l ସ୍କୁଲ ଏମ ଡି ଏମ ଛାତ୍ର ଛାତ୍ରୀ ପାଇଁ କିଛି ସାମଗ୍ରୀ କିଣିବା ସକାଶେ ଧର୍ମଗଡ଼ ଆସୁଥିବା ବାଟରେ ଗୋରୁ ବଜାର ନିକଟ ରେ ଏକ କୁକୁର ସହିତ ତାଙ୍କ ବାଇକ ଅଚାନକ ଭାବେ ପସିଯିବା ଫଳରେ ଶ୍ରୀଯୁକ୍ତ ତଳେ ପଡିଯାଇଥିଲେ lସ୍ଥାନୀୟ ଲୋକେ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ଧର୍ମଗଡ ହସ୍ପିଟାଲ ରେ ଭର୍ତି କରିଥିଲେ lଡାକ୍ତର ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ପଠାଇଥିଲେlଭବାନୀପାଟଣା ହସ୍ପିଟାଲ ଠାରୁ ଗୁରୁତ୍ତର ଅବସ୍ଥା ରେ ପରିବାର ଲୋକ ବିଶାଖାପାଟଣା କୁ ସ୍ଥାନାନ୍ତର କରୁଥିବା ସମୟରେ ରିସଗାଁ ଠାରେ ଶ୍ରୀଯୁକ୍ତ ଦୁର୍ଗା ସାର ଶେଷ ନିଶ୍ୱାସ ତ୍ୟାଗ କଲେ lତାଙ୍କ ମୃତ୍ୟୁ ଟି ସମଗ୍ର ଅଂଚଳ ରେ ଶୋକାକୁଳ ଛାୟା ସୃଷ୍ଟି କରିଛି lସେ ଜଣେ ଉତ୍ତମ କର୍ମଜୀବି ଓ ମିଷ୍ଟଭାସି ଥିଲେ ।

(କଳାହାଣ୍ଡି ଜିଲ୍ଲା ରୁ ଚନ୍ଦ୍ର ଶେଖର ପାଳ ନିୟୁଜ ଉପାନ୍ତ ଖବର)

You may have missed