April 26, 2026

ତାମିଲିନାଡୁରେ ମୋହନା ବ୍ଲକର ଶ୍ରମିକଙ୍କୁ ହତ୍ୟା ଅଭିଯୋଗ କଲେ ପରିବାର ଲୋକ, ତଦନ୍ତ ସହ ସମବେଦନା ଜଣାଉଛନ୍ତି ଜିଲ୍ଲା ବିଜେଡି ସଭାପତି

IMG-20230307-WA0054
Share

–ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ କାଟାମା ପରିଛା ନାମକ ବ୍ୟକ୍ତି ଜଣକ ସୁଦୂର ତାମିଲନାଡୁ ଠାରେ ଏକ ସୁତାକଳ ମିଲ୍ ରେ କାମ କରୁଥିଲେ ।କିନ୍ତୁ ଗତକାଲି ୬/୦୩/୨୦୨୪ ରେ ସୁଦୂର ତାମିଲନାଡୁ ରୁ ତାଙ୍କ ଘରକୁ ଫୋନ୍ କରିଥିଲେ ବୋଲି ତାଙ୍କ ଭଉଣି ସଙ୍ଗିତା ପରିଛା ପ୍ରକାଶ କରିଛନ୍ତି । କିନ୍ତୁ ଆଜି ୦୭/୦୩/୨୦୨୩ ରିଖ ସକାଳୁ ସଙ୍ଗୀତ ପରିଛା ଯେତେବେଳେ ଫୋନ ମାଧ୍ୟମରେ ଯୋଗାଯୋଗ କଲେ ସତେବେଳେ ସେହି ଭାଇଙ୍କ ଫୋନ ରୁ କେହି ଜଣେ ବ୍ୟକ୍ତି ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ ଆଉ କହିଲେ ତୁମ ଭାଇ ତ ମୃତ୍ୟୁବରଣ କରିଛନ୍ତି ସେ କେମିତି କଥା ହେବ ।ଏଇ ନିଅ ତୁମ ଭାଇଙ୍କ ଫୋଟ ଦେଖ କହି ଫୋଟ ଛାଡ଼ିଥିଲେ ।ଏଇ ସବୁ ଘଟଣା ସଙ୍ଗିତା ପରିଛା ଉପସ୍ଥିତ ଗଜପତି ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ଦଳିତ ସଭାପତି ଅଭୟ ପରିଛା, ଏମ୍,ପି,ପ୍ରତିନିଧି ଭାଷ୍କର ସାହୁ, ଏସ୍,ଡି,ସି, ମେମ୍ବର ରାଜିବ ମଲ୍ଲିକ, ପ୍ରକାଶ ନାୟକ, ପ୍ରଶାନ୍ତ ନାୟକ, ଦେବାନନ୍ଦ ନାୟକ, ଙ୍କ ସମୁଖରେ ପ୍ରକାଶ କରିଥିଲେ । ଏହି ସବୁ ଶୁଣିବା ପରେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ,ଜିଲ୍ଲା ପ୍ରଶାସନ କୁ ଅବଗତ କରାଇବା ସହ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ,ଖାଦ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ୍,ବ୍ରହ୍ମପୁର ସାସଦ ଚନ୍ଦ୍ରଶେଖର ସାହୁ ଙ୍କ ଦ୍ରୁଷ୍ଟି ଗୋଚରକୁ ନେବେ ବୋଲି ପରିବାରଙ୍କୁ ଆଶ୍ୱାସନା ଦେଇଛନ୍ତି ।ଏଭଳି ଏକ ଅଘଟଣ ସମୟରେ ଜିଲ୍ଲା ର ପ୍ରତିନିଧି ମାନେ ପରିବାରର ସଦସ୍ୟଙ୍କ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇ ଥିବାରୁ ସ୍ଥାନୀୟ ଜନସାଧାରଣ ତଥା ପରିବାର ଲୋକ ଙ୍କ ମଧ୍ୟରେ ଆଶାର ସଞ୍ଚାର ଖେଳିଯାଇଛି।ଏହା ସହ ସ୍ଥିତି ଅନୁଧ୍ୟାନ କରି ଗଜପତି ଜିଲ୍ଲାପାଳ ଙ୍କୁ ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।